Take a fresh look at your lifestyle.

ମହୋତ୍ସବ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହ ଭାଇଚାରା ସୃଷ୍ଟି କରିଥାଏ : ଏମପି ମହେଶ ସାହୁ

0 56

ଭୁବନ : ଭୁବନ ଯାତ୍ରା ପଡିଆଠାରେ ଶ୍ରୀଗଣେଶ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଗଣେଶ ମେଲଣ ୨୦୨୨ ଉଦଯାପନ ଉତ୍ସବରେ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବ ଯୁବଗୋଷ୍ଠୀଙ୍କୁ ଏକାଠି କରିବା ସହଭାଇଚାରା ସୃଷ୍ଟି କରିଥାଏ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନୀତ ଅତିଥି ଭାବେ କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ , ନଗରପାଳ ଶୁଭେନ୍ଦୁ କୁମାର ସାହୁ, ବିଜେ ି ନେତା ପ୍ରିୟରଂଜନ ମାହୁନ୍ତ ଯୋଗଦେଇ ଗଣେଶ ମଲଣ ମହୋତ୍ସବକୁ ଭୂୟସୀ ପ୍ରଶଂସା କରିଥିଲେ ।

ଚଳିତବର୍ଷ ମୂର୍ତୀରେ ରୟାଲିୟନ କ୍ଲବ , ସାଜସଜ୍ଜାରେ ଗଣପତି କ୍ଲବକୁ ଶ୍ରେଷ୍ଠ ଭାବେ ପୁରସ୍କୃତ କରାଯାଇ ଥିଲା । ଫ୍ରେଣ୍ଡସିପ କ୍ଲବ ଆଜ୍ଞାଲଡୁକୁ ୩୫ ହଜାର ଟଙ୍କାରେ ନିଲାମ ନେଇଥିଲା ।

ମିଳିତ ଗଣେଶ ପୂଜା କମିଟି ସଂପାଦକ ଜିତେନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ବିନୋଦ ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

- Advertisement -

Leave A Reply

Your email address will not be published.