Take a fresh look at your lifestyle.

ହଂସୀ ବୁଣାକାର ମହାସଙ୍ଘ ବୈଠକ

0 11

Get real time updates directly on you device, subscribe now.

ଯୋରନ୍ଦା : ଢେଙ୍କାନାଳ ଜିଲା ଗଁନ୍ଦିଆ ବ୍ଲକ କାଲୁରିଆ ପଞ୍ଚାୟତ ପରିସରରେ ଢେଙ୍କାନାଳ ଜିଲା ହଂସୀବୁଣାକାର ମହାସଙ୍ଘ ଅର୍ଣ୍ଣକୋଟିସ୍ୱର ଜୋନ ୫ ଠାରେ ସଭାପତି ବିଜୟକୁମାର ବେହେରା  (ଓଡିଶା ଉଚ୍ଚ ନ୍ୟାୟଳୟ ଆଇନଜିବି ଏବଂ ଜଣେ ମହିମା ଧର୍ମୀ) ଙ୍କ ସଭାପତିତ୍ୱ ରେ କାଳୁରିଆ ପଞ୍ଚାୟତ ପରିସରରେ ବୈଠକ ଅନୁଷ୍ଠିତ ହୋଇଯାଇଛି I

ଏଥିରେ ୭ ଜୋନର ସଭାପତି ଙ୍କ ସହିତ ଗଁନ୍ଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୁତିଆ , ଗଁନ୍ଦିଆ ଏକ ନମ୍ବର ଜୋନ ଜିଲା ପରିଷଦ ସଭ୍ୟ ବିଶ୍ୱନାଥ ଚିନରା, କାଳୁରିଆ ସରପଞ୍ଚ ବିଶ୍ୱକର୍ମା ମହାଳିକ, ଯୁବ ସମାଜସେବି  ତଥା ସମିତି ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ ଯୋରନ୍ଦା ଉପସ୍ଥିତ ଥିଲେ l

ମହିମାଗାଦି ରେ ପ୍ରାୟ 100ବର୍ଷ ରୁ ଉର୍ଦ୍ଧ ବକଳଧାରୀ ସମାଜ ଓ କୌପୁନି ଧାରୀ ସମାଜ ମଧ୍ୟରେ ଲାଗିରହିଥିବା ବାଦ ବିବାଦ ପାଇଁ ମହିମା ଧର୍ମୀ ମାନଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ କରୁଛନ୍ତି l

ସେଥିପାଇଁ ସଭାପତି ଶ୍ରୀ ବେହେରା ଅନୁରୋଧ କରି କିପରି ଏହାର ସମାଧାନ ବାଟ ବାହାରିବ ସଭାରେ ଆଲୋଚନା କରିଥିଲେ l ସେଠାରେ ଉପସ୍ଥିତ ଥିବା ଢେଙ୍କାନାଳ ର ସମସ୍ତ ଜୋନ ସ୍ତରୀୟ ସଭାପତି ବୁଣାକାର ମହାସଂଘ ଏବଂ ମଞ୍ଚସୀନ ଥିବା ଅତିଥି ଶ୍ରୀ ବେହେରା ପ୍ରସ୍ତାବ କୁ ସମ୍ପୂର୍ଣ ସମର୍ଥନ କରିଥିଲେ l

ସର୍ବଶେଷରେ ତୃତୀୟ ସାମୁଖ୍ୟ ଗଠନ ପାଇଁ ଆଲୋଚନା କରି ସମ୍ପୂର୍ଣ ଭାବରେ ସମସ୍ତ ମହିମା ଧର୍ମୀ ମାନଙ୍କୁ ମଧ୍ୟ ଅନୁରୋଧ କରୁକି ଯେ ଏହାକୁ ସମର୍ଥନ କରିବା ସହିତ ସହଯୋଗ ର ହାତ ବଢ଼ାଇ ସହୃଦୟତାର ସହିତ ଏଥିରେ ସହଯୋଗ ନିବେଦନ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.