Take a fresh look at your lifestyle.

ସାମ୍ବାଦିକ ଗିରିଶ ନନ୍ଦ ଙ୍କ ଦ୍ୱିତୀୟ ଶ୍ରlଦ୍ଧ ବାର୍ଷିକୀ ପାଳନ

0 34

Get real time updates directly on you device, subscribe now.

କାମାକ୍ଷାନଗର( ରାଜ କିଶୋର ରାଉତ):ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କଳ୍ପନା କ୍ଲବ ଠାରେ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘ ଓ ସମାଜ ପାଠକ ବିଚାର ମଞ୍ଚ ତରଫରୁ ସାମ୍ବାଦିକ ଗୌରବ ଓ ଶାଳବଣ ର କବି ଗିରିଶ ନନ୍ଦ ଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକ ପାଳନ କରାଯାଇଛି l

ସେ ଏକାଧାରରେ ଜଣେ କବି, ଲେଖକ ଓ ସାମ୍ବାଦିକ ଥିଲେ ପ୍ରଫେସର ଡ଼ ପ୍ରଫୁଲ୍ଲ କୁମାର ପାଣି ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭା ରେ ମେଜର ପ୍ରଭାତ କୁମାର ଦାସ, ସାହିତ୍ୟିକ ମନୋରଞ୍ଜନ ନନ୍ଦ, ଶିଳ୍ପୀ ନାରାୟଣ ସାହୁ ,  ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ଶ୍ରୀରାମ ରାଉତ ଓ ନିରଞ୍ଜନ ମିଶ୍ର ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତି ଓ ଗିରିଶ ନନ୍ଦ ଙ୍କ ସୁପୁତ୍ର ଶୁଭମୟ ନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଉପଖଣ୍ଡ ସାମ୍ବାଦିକ ସଂଘ ଓ ସମାଜ ପାଠକ ବିଚାର ମଞ୍ଚ ର ସଦସ୍ୟ ମାନେ ସହଯୋଗ କରିଥିଲେ l

ପରିଶେଷରେ ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ଉପସଭାପତି ଚିତ୍ତରଞ୍ଜନ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.