Take a fresh look at your lifestyle.

ବରିଷ୍ଠ ନାଗରିକ , ଜାତିର ସମ୍ପଦ- ମହେଶ ସାହୁ

ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ୧୮ତମ ପ୍ରତିଷ୍ଠା ଦିବସ ପାଳନ

0 27

Get real time updates directly on you device, subscribe now.

ଢେଙ୍କାନାଳ :  ଅଭିନନ୍ଦନ ଗାର୍ଡେନ୍ର ସଭାଗୃହରେ ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ୧୮ତମ ପ୍ରତିଷ୍ଠା ଦିବସ ମଂଚର ସଭାପତି ପ୍ରହଲ୍ଲାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ପାଳନ କରାଯାଇଅଛି ।

ଏଥିରେ ମାନ୍ୟବର ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣେଶଙ୍କ ମୃତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସଭା କାର୍ଯ୍ୟକୁ ଉଦ୍ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ବରିଷ୍ଠମାନେ ଜାତିର ସମ୍ପଦ ।

ଅନୁଭବ, ଅନୁଭୁତି ଓ ଅଭିଜ୍ଞତାକୁ ସମାଜର ସବୁ ସ୍ତରରେ ଉପଯୋଗ କରିପାରିଲେ ତାଙ୍କ ପୂର୍ବର କାର୍ଯ୍ୟ କୁଶଳତା, ଜ୍ଞାନ ଓ ଦକ୍ଷତାକୁ ବିନିଯୋଗ କରି କାର୍ଯ୍ୟରେ ଲଗାଇଲେ ଦେଶ ସମୃଦ୍ଧି ଲାଭ କରିପାରିବା ସଙ୍ଗେ ସଙ୍ଗେ ଦେଶର, ସମାଜର ଓ ପରିବାରର ମଙ୍ଗଳ ହୋଇପାରିବ ।

ଏହି ସମାବେଶରେ ବରିଷ୍ଠ ଉପଦେଷ୍ଟା ଡ. ବିଧୁଭୂଷଣ ନନ୍ଦ, ଉପସଭାପତି ବସନ୍ତ କୁମାର ପଟ୍ଟନାୟକ, ସଂପାଦକ କୃଷ୍ଣ ମୋହନ ସାହୁ ମଂଚାସୀନ ହୋଇଥିଲେ ।

ପ୍ରାରମ୍ଭରେ ଶାନ୍ତିମନ୍ତ୍ର ପାଠ ପରେ ଦିବଂଗତ ଶତୃଘ୍ନ ଭୂତିଆ ଓ ପ୍ରମୋଦ ମହାପାତ୍ରଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଆତ୍ମାର ସଦ୍ଗତି କାମନା କରାଯାଇଥିଲା ।

ପ୍ରାରମ୍ଭରେ ସଂପାଦକ ତାଙ୍କ ସଂପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ଡ. ବିଧୁଭୂଷଣ ନନ୍ଦ ମଂଚ ପ୍ରତିଷ୍ଠାର ଇତିହାସ ସମସ୍ତଙ୍କ ଗୋଚରାର୍ଥେ ଜଣାଇଥିଲେ ।

ଉପସଭାପତି ବସନ୍ତ କୁମାର ପଟ୍ଟନାୟକ,ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ଡ. ନିଲନ ମିଶ୍ର ତାଙ୍କ ବକ୍ତବ୍ୟରେ କିପରି ବରିଷ୍ଠ ନାଗରିକମାନଙ୍କର ଉନ୍ନତି ହୋଇପାରିବ, ସମାଜରେ ସେମାନେ ସମ୍ମାନ ଓ ଉତମ ସ୍ୱାସ୍ଥ୍ୟ ସେବା ପାଇପାରିବେ ତା’ର ସୂଚନା ପ୍ରଦାନ କରିଥିଲେ ।

ଉପଦେଷ୍ଟ ଡ. ପିତବାସ ଷଡଙ୍ଗୀ ଓ ମନୋରଞ୍ଜନ ନନ୍ଦ କ’ଣ କଲେ ସବୁ ସମୟରେ ନିଜକୁ ସୁସ୍ଥ ରଖିପାରିବେ ଓ ରେଳଯାତ୍ରାର ରିହାତିର ପୁନଃ ପ୍ରଚଳନ ପାଇଁ ଦାବୀ କରିବା ପାଇଁ ପ୍ରସ୍ତାବ ରଖିଥିଲେ ।

କୋଷାଧ୍ୟକ୍ଷ ପୂଣ୍ଣଚନ୍ଦ୍ର ଶତପଥୀ, ଯୁଗ୍ମ ସଂପାଦକ ବୈକୁଣ୍ଠ ନାଥ ବେହେରା ସଭ୍ୟମାନଙ୍କର ପଞ୍ଜିକରଣ ଓ ପରିଚୟ ପତ୍ର ପ୍ରଦାନ କରିଥିଲେ ।

ସମାବେଶରେ ଯୁଗ୍ମ ସଂପାଦକ ଭ୍ରମରବର ଦଳାଇ, ପ୍ରତାପ ଚନ୍ଦ୍ର ପତି, କୈଳାସ ଚନ୍ଦ୍ର ପଟ୍ଟନାୟକ, ଉପେନ୍ଦ୍ର ରାଉତ, ତରୁଣ କୁମାର ବିଶ୍ୱାଳ ଆଦି ୬୦ଜଣ ସଭ୍ୟ/ସଭ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.