Take a fresh look at your lifestyle.

ପଥରଖମ୍ବ ଛକ ନିକଟରେ ସଡ଼କ ଦୁର୍ଘଟଣା ମୃତାହତ ଙ୍କ ପରିବାର ଙ୍କୁ ଭେଟିଲେ ଦେବଦତ୍ତ ପଟ୍ଟନାୟକ

0 23

Get real time updates directly on you device, subscribe now.

କାମାକ୍ଷାନଗର ( ରାଜ କିଶୋର ରାଉତ): ଗତ ଦୁଇଦିନ ତଳେ କାମାକ୍ଷାନଗର ଥାନା ପଥରଖୁମ୍ବ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ ସହ ଏକ ଅଟୋ ମୁହାଁମୁହିଁ ଧକା ହୋଇଥିଲା l

ଫଳରେ ଅଟୋ ରେ ଥିବା ପାଞ୍ଚ ଜଣ ଘଟଣା ସ୍ଥଳ ରେ ପ୍ରାଣ ହରାଇଥିଲେ l ଏହି ଘଟଣା ସମଗ୍ର ରାଜ୍ୟରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ପାଞ୍ଚ ଜଣ ପ୍ରାଣ ହରାଇଥିବା ବାଙ୍ଗୁରା ଗ୍ରାମ ଏବେ ବି କୋମା ଅବସ୍ଥାରେ ଅଛି l

ଆଜି ଏହି କ୍ରମ ରେ ସମସ୍ତ ମୃତବରଣ କରିଥିବା ପାଞ୍ଚ ଜଣ ମୃତାହତ ପରିବାରଙ୍କୁ ଭେଟି ସମବେଦନା ଜଣାଇଛନ୍ତି ଢେଙ୍କାନାଳ ଜିଲ୍ଲା ର ବରିଷ୍ଠ ସମାଜସେବୀ ଦେବଦତ୍ତ ପଟ୍ଟନାୟକ l

ସମ୍ପୃକ୍ତ ପରିବାର ଙ୍କୁ ଗଭୀର ଶୋକ ଜଣାଇବା ସହ ପ୍ରତି ପରିବାର କୁ ମାସିକ 1500ଟଙ୍କା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ l

ଯେଉଁ ମୃତକ ଙ୍କ ପରିବାର ର ରୋଜଗାରକ୍ଷମ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି ସେମାନଙ୍କ ପିଲା ମାନଙ୍କୁ ଆଗାମୀ ଦିନ ରେ ରୋଜଗାର କ୍ଷମ କରାଇବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ l

 ଅନ୍ୟ ମାନଙ୍କ ମଧ୍ୟରେ ଅମ୍ବିକା ଶତପଥୀ,ସନତ ତ୍ରିପାଠୀ, ମିହିର ବ୍ରହ୍ମ ପ୍ରମୁଖ ଉପସ୍ଥିତ ରହି ଥିଲେ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.