Take a fresh look at your lifestyle.

ମଠକରଗୋଳା ମହାବିଦ୍ୟାଳୟରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ

0 43

କାମାକ୍ଷାନଗର(ରାଜ କିଶୋର ରାଉତ): ଭାରତ ସରକାର ତଥା ବିଶ୍ଵବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଙ୍କ ନିର୍ଦ୍ଦେଶ ମତେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ମଠକରଗୋଳା ମହାବିଦ୍ୟାଳୟରେ”ଭାରତର ବିଭାଜନ ବିଭୀଷିକା ସ୍ମୃତି ଦିବସ” ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାକୁ ବିଶିଷ୍ଟ ଶିକ୍ଷାବିତ୍ ତଥା ମଠକରଗୋଳା ଗ୍ରାମ ସମିତିର ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଜେନା ଉଦ୍ଘାଟନ କରିଥିଲେ।

ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତ୍ତା ପ୍ରକୋଷ୍ଠର ସଂଯୋଜୀକା ଅଧ୍ୟାପିକା ସ୍ଵପ୍ନିତା ରାଉତ ଉକ୍ତ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ମଠକରଗୋଳା ଗ୍ରାମ ପଞ୍ଚାୟତ ର ସମିତି ସଭ୍ୟା ଶ୍ରୀମତୀ ସନ୍ଧ୍ୟାରାଣୀ ନାୟକ ଭାରତୀୟ ସ୍ଵାଧୀନତା ସଂଗ୍ରାମ ରେ ନାରୀ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।

ସରପଞ୍ଚ ଶ୍ରୀ ଅଜୟ କୁମାର ନାୟକ ଛାତ୍ର ଛାତ୍ରୀ ମାନେ ମହାପୁରୁଷ ମାନଙ୍କ ଦ୍ୱାରା ଅନୁସୃତ ପନ୍ଥା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ସଭାରେ ଅଧ୍ୟକ୍ଷତା କରୁଥିବା ଶ୍ରୀ ଚିତ୍ତରଞ୍ଜନ ଦାଶ ସ୍ଵାଧୀନତା ସଂଗ୍ରାମ ର ଇତିହାସ, ଇଂରେଜ ମାନଙ୍କ ଅତ୍ୟାଚାର , ପାଇକ ବିଦ୍ରୋହ , ପ୍ରଜାମେଳି ଆନ୍ଦୋଳନ ତଥା ଦେଶ ବିଭାଜନ ସମୟର ଲୋମହର୍ଷକ ଦୃଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଯୁବ ରେଡ୍ କ୍ରସ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର ସ୍ଵାଧୀନତାର୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ମହାବିଦ୍ୟାଳୟ ଦ୍ଵାରା ହାତକୁ ନିଆଯାଇଥିବା ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନା ଅଧିକାରୀ ପ୍ରଦୀପ୍ତ କୁମାର ସାହୁ ଓ ଶ୍ରଦ୍ଧାଞ୍ଜଳି ସ୍ଵାଇଁ, ଭାରତୀୟ ସ୍କାଉଟ୍ ଓ ଗାଇଡ ର ଲିଡର ଅର୍ଚ୍ଚିତା ମହାମାନସିଂହ ଓ ଲଳିତ କୁମାର ବେହେରା, ସନ୍ତୋଷ କୁମାର ଲେଙ୍କା, ଫକୀରମୋହନ ଲେଙ୍କା, ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ନିଜର ଅଭିମତ ପ୍ରଦାନ କରିଥିଲେ। ଅଧ୍ୟାପିକା ଶୁଭସ୍ମିତା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।

ତାପରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଓ ଅତିଥି ମାନେ ପଦଯାତ୍ରାରେ ଗ୍ରାମ ପରିକ୍ରମା କରିବା ସହ” ହର୍ ଘର୍ ତିରଙ୍ଗା” କାର୍ଯ୍ୟକ୍ରମ ର ସଫଳତା ନିମନ୍ତେ ସଚେତନତା ବାର୍ତ୍ତା ଦେଇ ବିଭିନ୍ନ ଅନୁଷ୍ଠାନ ରେ ପତାକା ଲଗାଇ ଥିଲେ।

- Advertisement -

Leave A Reply

Your email address will not be published.