Take a fresh look at your lifestyle.

ସାରା ଓଡିଶା କମ୍ପ୍ୟୁଟର ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ

0 13

କଟକ: କଟକ ର ସ୍ଥାନୀୟ ବକ୍ସି ବଜାର ସ୍ଥିତ ପେନ୍ସନ୍ ଲେନ୍ ରେ ସାରା ଓଡିଶା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଆସୋସିଏସନ୍ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକ ରେ ଓଡିଶା ଉଫୁନା ର ମୁଖ୍ୟ ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥୀ ଭାବେ ଯୋଗ ଦେଇ ଓଡିଶାରେ ଥିବା କମ୍ପ୍ୟୁଟର ଟ୍ରେନିଂ ସେଣ୍ଟର ଗୁଡ଼ିକ ସୂଚାରୁ ରୂପେ ନିଜର କର୍ତବ୍ୟ ପାଳନ କରିବା ସହିତ ଗରୀବ ଛାତ୍ର ଛାତ୍ରୀ ମାନଙ୍କୁ କମ୍ ଖର୍ଜ ରେ ଏବଂ ଅତି ଗରୀବ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ କିପରି ମାଗଣାରେ ପ୍ରଶିକ୍ଷଣ ପ୍ରଦାନ କରିପାରିବେ ସେଥିପ୍ରତି ଗୁରୁବ ଦେବାକୁ ଆହ୍ୱାନ କରିଥିଲେ ।

ଏହା ସହିତ ଓଡିଆ ଭାଷା ରେ କମ୍ପ୍ୟୁଟର ପ୍ରଶିକ୍ଷଣ ପ୍ରତି ବିଶେଷ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଥିଲେ । ଏହି ବୈଠକ ରେ ମଧ୍ୟ ଆଗାମୀ ବର୍ଷ ପାଇଁ ରାଜ୍ୟସ୍ତରୀୟ କର୍ମକର୍ତ୍ତାର୍ ଚୟନ କରାଯାଇଥିଲା । ସଭାପତି ସୟଦ ସଫିର ଅଲି , ଅମୀୟ କୁମାର ସାହୁ ଉପସଭାପତି, ଇଂ ଅବିନାଶ ଦାସ ସମ୍ପାଦକ, ମୁସ୍ତାକ ଅଲି ସହ ସମ୍ପାଦକ, ରାଜେନ୍ଦ୍ର କୁମାର ନାୟକ କୋଷାଧ୍ୟକ୍ଷ, ଏବଂ ଦୀପ୍ତିକାନ୍ତ ମହାଖୁଡ଼ . ସୁରେନ୍ଦ୍ର ନାୟକ, ପ୍ରଭାତ ଦେହୁରୀ ଓ ସନ୍ତୋଷ ତାକୁଆ କାର୍ଯ୍ୟକାରୀ ସଭ୍ୟ ଭାବେ ସର୍ବସମ୍ମତି ଭାବରେ ମନୋନୀତ ହୋଇଥିଲେ ।

ଆଡ଼ଭୋକେଟ୍ ମନୋରଞ୍ଜନ ପଟାନାୟକ ଉପଦେଷ୍ଟା ଭାବରେ ରହିବା ପାଇଁ ନିଜର ସମ୍ମତି ପ୍ରଦାନ କରିଥିଲେ । ଉକ୍ତ ସମ୍ମଳନୀ ରେ ସାରା ରାଜ୍ୟ ରୁ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ ।

- Advertisement -

Leave A Reply

Your email address will not be published.