Take a fresh look at your lifestyle.

ପ୍ରସ୍ତୁତି ବୈଠକ ରେ ନିଷ୍ପତି,କପିଳାସ ମହୋତ୍ସବ ନଭେମ୍ବର ୨୫ ରୁ

0 8

ଢେଙ୍କାନାଳ : ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ମାଇକ୍ରୋମିଡ଼ିଆ ଆୱାରନେସର ପକ୍ଷରୁ କପିଳାସ ମହୋତ୍ସବ ୨୦୨୩ ଓ ଅନୁଷ୍ଠାନର ୨୧ତମ ବାର୍ଷିକ ଉତ୍ସବ ଏବଂ ରାଜ୍ୟସ୍ତରୀୟ ପ୍ରତିଭା ସମ୍ମାନ ଓ ପ୍ରତିଭା ଚୟନ ଆୟୋଜନ ନିମନ୍ତେ ମହାବୀର ବଜାର ସ୍ଥିତ ମମତାମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ଉପଦେଷ୍ଟା ବରିଷ୍ଠ ଆଇନ୍ଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ କିଭଳି ସୁରୁଖୁରୁରେ ଅନୁଷ୍ଠିତ ହୋଇପାରିବ ସେ ନେଇ ବିଭିନ୍ନ ସଦସ୍ୟସଦସ୍ୟା ଓ କାର୍ଯ୍ୟକର୍ତା ନିଜ ନିଜର ମତାମତ ରଖିଥିଲେ । ଶେଷରେ ସର୍ବସମ୍ମତି କ୍ରମେ ଆସନ୍ତା ନଭେମ୍ବର ୨୫, ୨୬ ଓ ୨୭ ତିନିଦିନ ଧରି ଅନୁଷ୍ଠିତ ହେବ । ୨୫ ତାରିଖ ପବିତ୍ର ବଡଓଷା ପରିପ୍ରେକ୍ଷୀରେ କପିଳାସପୀଠ ବାବା ଚନ୍ଦ୍ରଶେଖରଙ୍କ ପାଖରେ ମଶାଲ ପୂଜା ପୂର୍ବକ ପର୍ବତଆରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଅପରାହ୍ନ ୩ ଘଟିକା ସମୟରେ ବାଜି ରାଉତଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି କପିଳାସ ମହୋତ୍ସବର ଉଦ୍ଘାଟନ ଉତ୍ସବ ତଥା ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ । ୨୬ ଓ ୨୭ ତାରିଖ ରେ ଢେଙ୍କାନାଳ ସହର ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ରକ୍ତଦାନ ଶିବିର, କବିତା ଆସର ଏବଂ ପ୍ରତିଭା ଚୟନ ଓ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ନିଷ୍ପତି ନିଆଯାଇଥିଲା ।

ଏହି ଅବସରରେ ପ୍ରଥମ ଦିନରେ ଗୀତ, ଚିତ୍ରାଙ୍କନ, ବକ୍ତୃତା, ଝୋଟି, ଶଙ୍ଖ ବାଦନ ଓ ହୁଲୁହୁଳି ଆଦି ପ୍ରତିଯୋଗିତା, ଦ୍ୱିତୀୟ ଦିନରେ ରକ୍ତଦାନ ଶିବିର ଓ ଚାରାରୋପଣ ଏବଂ ତୃତୀୟ ଦିନରେ ଓଡିଶୀ ନୃତ୍ୟ, ଲୋକନୃତ୍ୟ, ଦଳଗତ ନୃତ୍ୟ, ଫ୍ୟାନ୍ସି ଡ୍ରେସ୍ ଭଳି ବିଭିନ୍ନ ପ୍ରତିଯୋଗିତା ସହ କବି ସମ୍ମିଳନୀ, ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବ ହେବା ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା ।

ଉକ୍ତ ବୈଠକକୁ ମାଇକ୍ରୋମିଡ଼ିଆର ଅଧ୍ୟକ୍ଷ ଅଥୟ କୁମାର ସାହୁ ପରିଚାଳନା କରିଥିବା ବେଳେ ବରିଷ୍ଠ ନାଟ୍ୟକାର ପରେଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ଏଥିରେ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ରଥ, ରତନ ନାୟାର, ସତ୍ୟ ସ୍ୱରୂପ ଦାସ, ଅରବିନ୍ଦ ସାହୁ, ଆଦିତ୍ୟ ପଣ୍ଡା, ଦୀପକ ପ୍ରସାଦ ପଟ୍ଟନାୟକ, ସୀତିକାନ୍ତ ପଟ୍ଟନାୟକ, ଦୀପ୍ତିବାଳା ମିଶ୍ର, ପୁଷ୍ପଲତା ରଥ, ଶତୃଘନ ମାଟି, ଅମାନି ସାହୁ, ଇଂ. ସୌମ୍ୟବ୍ରତ ସାହୁ, ଆର୍ଯ୍ୟରନô ବେଦାୟନ ପଟ୍ଟନାୟକ ଓ ଆର୍ଯ୍ୟରନô ଦେବାୟନ ପଟ୍ଟନାୟକ, ଆଶୁତୋଷ ପାଢୀ, ଡାର୍ଲିନ୍ ଡାଲ୍ଟନ୍, ଆଶୁତୋଷ ମହାପାତ୍ର, ସତ୍ୟଜିତ୍ ରାଉତ, ଅଞ୍ଜନ କୁମାର ସାହୁ, ହୃଦୟାନନ୍ଦ ମହାନ୍ତି, ରଞ୍ଜନ କୁମାର ନାୟକ, ସମୀର କୁମାର ପୃଷ୍ଟି, ସମୀର କୁମାର ସାହୁ, ମାନସ କୁମାର ତ୍ରିପାଠୀ, ଲିଟନ କୁମାର ସେନାପତି, ଦୁଷ୍ମନ୍ତ ବରାଳ, ଅଶୋକ କୁମାର ଦାସ, ଆଶିଷ ରଞ୍ଜନ ଶତପଥୀ, ଲକ୍ଷ୍ମୀକାନ୍ତ ସାହୁ, ସୌରଭ ବିଶ୍ୱାଳ, କାହ୍ନା ମହାରଣା ଓ ଅନୁଷ୍ଠାନର ସଂପାଦିକା ମଧୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଚଳିତ ବର୍ଷ ଅନୁଷ୍ଠାନର ୨୧ତମ ବାର୍ଷିକୋତ୍ସବ ତଥା ୫ମ କପିଳାସ ମହୋତ୍ସବକୁ ସରସ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠାନର ନିଦେ୍ର୍ଦଶକ ଅଥୟ କୁମାର ସାହୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

- Advertisement -

Leave A Reply

Your email address will not be published.