Take a fresh look at your lifestyle.

ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା

0 3

Get real time updates directly on you device, subscribe now.

କାମାକ୍ଷାନଗର(ରାଜ କିଶୋର ରାଉତ): ଢେଙ୍କାନାଳ ବନଖଣ୍ଡ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି କୁଣ୍ଡଖୋଲ  ସରଂକ୍ଷିତ ଜଙ୍ଗଲ ଜମି ଅକ୍ତିଆର ଓ ବନ୍ୟଜନ୍ତୁ ଶିକାର ଅଭିଯୋଗ ରେ ଗିରଫ ହେଲେ ଖଣ୍ଡିଆ ବାବା |ଯାହାଙ୍କ ପୁରା ନାମ ହେଉଛି ଅନନ୍ତ ଚରଣ ଦାସ |

ସେ ପାଖାପାଖି ଦୁଇ ବର୍ଷ ହେଵ ଏହି ଜଙ୍ଗଲ ଜମିରେ ଥିବା ବଡ଼ ବଡ଼ ଗଛ କାଟି ସଫା କରିବା ସହ ସେଠାରେ ଏକ ଆଶ୍ରମ ସ୍ଥାପନ କରିଛନ୍ତି |ଏମିତିକି ସେଠାକୁ ଖାଦ୍ୟ ଅନ୍ୱେଷଣ ରେ ଆସୁଥିବା ବନ୍ୟଜନ୍ତୁ କୁ ଶିକାର କରି ତାହାର ଦାନ୍ତ ଚମଡା ଶିଙ୍ଗ ବିକ୍ରି କରି ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ |

ତେବେ ଏ ନେଇ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଙ୍କୁ ଅଭିଯୋଗ ହେବା ପରେ  ସଙ୍ଗେ ସଙ୍ଗେ ସମ୍ପୃକ୍ତ ବାବାକୁ ଗିରଫ ସହ ଉକ୍ତ ମଠ କୁ ଜବରଦଖଲ ଉଛେଦ ପାଇଁ ମୁକ୍ତାପସୀ ଫରେଷ୍ଟର ଙ୍କୁ ନିର୍ଦେଶ ଦେଇଥିଲେ |

ତେବେ ଫରେଷ୍ଟ ଶ୍ରୀ ଭଞ୍ଜ ଆଜି ସମ୍ପୃକ୍ତ ବାବାଙ୍କୁ ଗିରଫ କରିଥିବା ବେଳେ କାଲି କୋର୍ଟ ଚାଲଣ କରାଯିବା ସହ ଆସନ୍ତା କାଲି ଉକ୍ତ ମଠ କୁ ଜବରଦଖଲ ଉଛେଦ କରାଯିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.