Take a fresh look at your lifestyle.

ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଓ ଚାରାରୋପଣ କାର୍ଯ୍ୟକ୍ରମ

0 1

Get real time updates directly on you device, subscribe now.

ଢେଙ୍କାନାଳ : ଗଁଦିଆ ବ୍ଲକ୍ ଅନ୍ତର୍ଗତ ଖଙ୍କିରା ଗ୍ରାମପଞ୍ଚାୟତ କଣ୍ଟମାଳିଆ ଗ୍ରାମ ଓଲଡେନ୍ ଉଡ୍ ଇକୋ ଭିଲେଜରେ ଏକ ମେଗା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି ।

ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଇକୋ ଏବଂ ଆମ୍ରି ହସ୍ପିଟାଲ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ଆଖପାଖ ଖଙ୍କିରା, ଲାଉଲେଇ ସମେତ ପଡୋଶୀ ଯାଜପୁର ଜିଲ୍ଲା କଳକଳା ଆଦି ଗାଁର ୨୦୦ରୁ ଉଦ୍ଧ୍ୱର୍ ଗରିବ ଲୋକ ଚିକିତ୍ସା ସୁବିଧା ନେଇଥିଲେ ।

ଆମ୍ରି ହସ୍ପିଟାଲର ହୃଦରୋଗ ବିଶେଷଜ୍ଞ ଡାକ୍ତର ଜିତେନ୍ଦ୍ର ନାରାୟଣ ପଟ୍ଟନାୟକଙ୍କ ସମେତ ୩ ଜଣ ଡାକ୍ତର ଏବଂ ପାରାମେଡିକାଲ ଷ୍ଟାଫ୍ ଏଥିରେ ଅଂଶଗ୍ରହଣ କରି ଚିକିତ୍ସା ସେବା ଯୋଗାଇଥିଲେ ।

ଏହି ଅବସରରେ ମହୋଦଧି ସୋସାଇଟ୍ ଅଫ୍ ଇଣ୍ଡିଆର ଟ୍ରଷ୍ଟି ଡ. ସୁରେନ୍ଦ୍ର କୁମାର ମହାପାତ୍ରଙ୍କ ଦ୍ୱାରା ଏକ ଚାରାରୋପଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାର୍ କାଉନ୍ସିଲର ସଦସ୍ୟ ଆଡଭୋକେଟ ସୀତାଂଶୁ ମୋହନ ଦ୍ୱିବେଦୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.