Take a fresh look at your lifestyle.

ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜିତ

0 50

Get real time updates directly on you device, subscribe now.

ଢେଙ୍କାନାଳ : ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲଠାରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆପ୍‌ର ରାଜ୍ୟ ପ୍ରବକ୍ତା ତଥା ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଡା. ଅଜୟ କୁମାର ପତି ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟିରେ ପ୍ରତ୍ୟେକ ପଞ୍ଚାୟତରୁ ସକ୍ରିୟ କର୍ମୀମାନଙ୍କୁ ଦଳରେ ଯୋଗ ଦେବାକୁ ଆହ୍ବାନ କରିଥିଲେ।
ଆମ୍ ଆଦମୀ ପାର୍ଟିର ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ବ୍ୟବସ୍ଥା ଲୋକଙ୍କୁ ଆକୃଷ୍ଟ କରିବାରେ ସାମର୍ଥ୍ୟ ହାସଲ କରିଛି।
ସମସ୍ତ ଲୋକଙ୍କୁ ସଂଗଠିତ କରି ଜିଲ୍ଲା ସଂଗଠନକୁ ଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ। ତୃଣମୂଳ ସ୍ତରରେ ଯୁବ ପିଢ଼ିଙ୍କୁ ଯୋଡିବାପାଇଁ ଜୋନ୍ ସ୍ତରରେ ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ବୈଠକ କରିବାପାଇଁ ଆଜିର ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକ କହିଥିଲେ l
ଆସନ୍ତା ସପ୍ତାହକ ମଧ୍ୟରେ ନିଜ ନିଜ ଗ୍ରାମ ଓ ପଞ୍ଚାୟତରେ ସଭ୍ୟ ସଂଗ୍ରହ ପାଇଁ ଏକ ମ୍ୟାପିଙ୍ଗ ସିଟ କର୍ମୀ ମାନଙ୍କୁ ଦାୟୀତ୍ୱ ପ୍ରଦାନ କରାଗଲା l
ଏହି ସମ୍ମିଳନୀରେ ମହିଳା ସଭାନେତ୍ରୀ ସ୍ନେହଲତା ମହାନ୍ତି, ପୁଷ୍ପାଞ୍ଜଳି ରାଣା, ଉପସଭାପତି  ପର୍ଶୁରାମ ମହାଭୋଇ, ରମେଶ ଚନ୍ଦ୍ର ପଣ୍ଡା, ସମସ୍ତ ବ୍ଲକ ସଭାପତି, ସୋସିଆଲ ମିଡ଼ିଆ ପ୍ରଭାରୀ ଜିତେନ୍ଦ୍ର ବେହେରା ଓ ଜିଲ୍ଲାର ଶତାଧିକ ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ।
ଆଗାମୀ ଦିନରେ ପ୍ରତ୍ୟେକ ବ୍ଲକରେ ଏହିପରି କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ କରାଯାଇ ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସଂଯୋଜକ ଶ୍ରୀ ନିଶିକାନ୍ତ ମହାପାତ୍ର ଭର୍ଚୁଆଲ ମାଧ୍ୟମରେ ବାର୍ତ୍ତା ପଠାଇଥିଲେ।
ସମ୍ପାଦକ  ବିଷ୍ଣୁ ପ୍ରସାଦ ପଣ୍ଡା ସଭା ପରିଚାଳନା କରିଥିବା ବେଳେ  ଯୁବ ସଂଗଠକ  ବିଭୁତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.