Take a fresh look at your lifestyle.

ଆମ୍ବମାଳିଆ ଧୋଡା ବୁଲି ଦେଖିଲେ ମନ୍ତ୍ରୀ ପ୍ରଫୁଲ୍ଲ

0 4

Get real time updates directly on you device, subscribe now.

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନାଟକଟା ମୌଜା ରେ ଥିବା ୨ ଶହ ଏକର ପରିମିତ ଜଳଭଣ୍ଡାର ର ପୁର୍ନର ଉଦ୍ଧାର କରାଯାଇ ଇକୋ ଟୁରିଜିମ କ୍ଷେତ୍ର ପାଇଁ ଭୁବନ କୃଷକ ସମାଜ ପକ୍ଷରୁ ଗତ 2021ମସିହା ଜାନୁଆରୀ 17 ବାର୍ଷିକ ଉତ୍ସବ ରେ ମହାତ୍ମା ଗାନ୍ଧୀ ଓଷଧୀୟ ଉଦ୍ୟାନ ରେ ପ୍ରସ୍ତାବ ଦେଇଥିଲେ I

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏନଏସି ସଭାଘର ପରିସରରେ ବୃହତ ଭୁବନ ବିଷୟ ରେ ଆଲୋଚନା ରେ ଭାଗ ନେବା ପରେ ଆମ୍ବମାଳିଆ ଧୋଡା ବୁଲି ଦେଖିଲେ I

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏଭଳି ପରିବେଶ ଦେଖି ଖୁସି ବ୍ୟକ୍ତ କରିଥିବା ବେଳେ କିଭଳି କରାଯାଇପାରିବ ସେ ନେଇ ପ୍ରୟାସ କରିବାକୁ ନିର୍ବାହୀ ଅଧିକାରୀ ଙ୍କୁ କହିଥିଲେI

ପରିଦର୍ଶନ ସମୟରେ ଭୁବନ କୃଷକ ସମାଜ ସଭାପତି ବାସୁଦେବ ଗୁରୁ , ଭୁବନ ନଗରପାଳ ଶୁଭେନ୍ଦୁ ସାହୁ, କାଉଁସିଲର ପପୁ ସାହୁ ଉପସ୍ଥିତ ଥିଲେ I

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.