Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ

0 161

Get real time updates directly on you device, subscribe now.

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଏନ୍.ଏସ୍. ଏସ୍ ଓ ଏନ୍.ସି.ସିର ମିଳିତ ଆନୁକୁଲ୍ଯରେ “ଘରେ ଘରେ ତ୍ରିରଙ୍ଗା” (Har Ghar Tiranga) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି  ।

ଏହି କାର୍ଯ୍ୟକ୍ରମ ନିମନ୍ତେ ଏକ ରାଲ୍ଲୀ ଅନୁଷ୍ଠିତ ହୋଇଅଛି, ଯାହାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଦଇତ୍ଵରେ ଥିବା ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର ଦାସ ଉଦ୍ଦଘାଟନ କରିଥିଲେ ।

ଏହି ଉଦ୍ଦଘାଟନ ସମୟରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ଏନ୍.ଏସ୍.ଏସ୍ ର  ସମସ୍ତ ସ୍ଵେଚ୍ଛାସେବୀ ଓ ଏନ୍.ସି.ସି ର ସମସ୍ତ ସେନା ବା କ୍ଯାଡେଟଙ୍କୁ ଉତ୍ସାହିତ କରିଥିଲେ ।

ଏହି ରାଲ୍ଲୀ ମହାବିଦ୍ୟାଳୟର ପରିସରରୁ ବାହାରି ଯୋରନ୍ଦା, ନାଟିମା, ଜାମୁଶରା ଆଦି ଗ୍ରାମ ପରିଭ୍ରମଣ କରିବା ସହିତ ଘରେ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବା ନିମନ୍ତେ ଲୋକମାନଙ୍କୁ ସଚେତନ କରାଯାଇଥିଲା ।

ପିଲାମାନଙ୍କ ସହ ରାଲ୍ଲୀରେ ଅଧ୍ୟାପକ ସୁଶିଲ ମାହାକୁଡ ଓ ଅଧ୍ୟାପକ ରଞ୍ଜିତ କୁମାର ଚିନାରା ଗ୍ରାମ ପରିଭ୍ରମଣ କରିଥିଲେ । ଏହି କାର୍ଯ୍ୟ କ୍ରମକୁ    ଏନ୍.ଏସ୍.ଏସ୍ ର ପୋଗ୍ରାମ ଅଫିସର ଅଧ୍ୟାପିକା ଗୀତାଞ୍ଜଳି ସାହୁ ଓ ଏନ୍.ସି.ସିର କ୍ଯାପ୍ଟେନ ପୂର୍ଣ୍ଣଚନ୍ଦ୍ର ସାମଲ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.