Take a fresh look at your lifestyle.

ସେବା ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ,୩୪ୟୁନିଟ ରକ୍ତ ସଂଗ୍ରହ

0 16

Get real time updates directly on you device, subscribe now.

କୋଣାର୍କ :କୋଣାର୍କର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ‘ସେବା ସଙ୍ଗଠନ କୋଣାର୍କ’ ପକ୍ଷରୁ ଆଜି ୨୭.୦୨.୨୦୨୧ରିଖ (ରବିବାର) ପୂର୍ବାହ୍ନ ୧୦ଘଟିକା ସମୟରେ କୋଣାର୍କ ସ୍ଥିତ କୋଣାର୍କ ଶୋଭନୀୟ ଶୀକ୍ଷା ଶ୍ରମ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି ।

ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଜ୍ୟ ରକ୍ତ ଭଣ୍ଡାର ପରିଷଦ ପକ୍ଷରୁ ୩୪ଜଣ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତଦାନ ଶିବିରଟିକୁ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ବଡଗୁରୁମା ସ୍ୱର୍ଗତ ଋକ୍ମିଣୀ ଦେବୀଙ୍କ ଉଦେଶ୍ୟରେ ସମର୍ପିତ କରାଯାଇଥିଲା ।

ରକ୍ତଦାନ ଶିବିର ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲେକ୍ଷନୀୟ ସେବା ପାଇଁ ସ୍ୱେଛାସେବୀ ସଙ୍ଗଠନ ଓ ବ୍ୟକ୍ତିବିଶେଷ୍ୟଙ୍କୁ ମାନପତ୍ର, ଉପୋଢୌକନ ଓ ପୁଷ୍ପ ଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଶିବିରକୁ ପୁରୀ ଜିଲ୍ଲା ପେସାଦାର ସାମ୍ବାଦିକ ସଙ୍ଘର ସଭାପତି ତି୍ରବିକ୍ରମ ରାମକୃଷ୍ଣ ମହାପାତ୍ର ଉଦ୍ଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହୀନିପତି, ସମାଜସେବୀ ରାମକୃଷ୍ଣ ମହାନ୍ତି, ବନବିଭାଗର ଅବସରପ୍ରାପ୍ତ କର୍ମଚାରୀ ଦୁଃଶାସନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେବା ସଙ୍ଗଠନର ସମ୍ପାଦକ କୁନାଲ ପାତ୍ରଙ୍କ ନେତୃତ୍ୱରେ ସଙ୍ଗଠନର ସମସ୍ତ କର୍ମକର୍ତ୍ତା ଓ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମର ଗୁରୁମା ବିଦୁଲତା ଶତପଥି, ମନୋରାମା ମିଶ୍ର, ରାଜଲକ୍ଷ୍ମୀ ମିଶ୍ର, ଗୀତାଞ୍ଜଳୀ ସାହୁ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.