ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ରାସ ଉତ୍ସବ ପାଳିତ ହୋଇଯାଇଛି ।
ଦଶମୀ ଦିନ ଅଧିବାସ ପୂଜା କରାଯାଇଥିଲା ଓ ପାଞ୍ଚ ଦିନ ଧରି ଏହି ରାସ ଉତ୍ସବ ମନ୍ଦିର ପ୍ରାଙ୍ଗଣରେ ପାଳନ କରାଯିବ । ପ୍ରତେକ ଦିନ ରାତ୍ର ଧୂପ ପରେ ମଦନ ମୋହନ ରାସ ବେଦୀକୁ ବିଜେ କରାଜୀବ
। ସେ ଠାରେ ବିଭିନ୍ନ ପ୍ରକାରର ଭୋଗ ରାଗ ଲାଗି ପୂଜା ଅର୍ଚ୍ଚନା କରାଯିବ । ପୂଜକ ମଳୟ କର,ପୂଜକ ମନ ସୁମନ ମିଶ୍ର ,ପୂଜକ ଶ୍ରୀବତ୍ସ ମିଶ୍ର,ପାଳିଆ ସେବକ ଶମ୍ଭୁନାଥ ମହାପାତ୍ର , କାହାଳୀଆ ଟିକନ ବେହେରା ଓ ଜୀମାଦାର୍ ଶ୍ୟାମ ସୁନ୍ଦର ପାଣିଗ୍ରାହି ଙ୍କ ଉପସ୍ଥିତି ରେ ଏହି ରାସ ଉତ୍ସବ ପାଳନ କରାଯାଇଛି ।
ଏହି ରାସ ଉତ୍ସବ ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଦିନ ଉଦଯାପନୀ କରାଯିବ