Take a fresh look at your lifestyle.

ବ୍ଯାସସମ୍ମାନ ପ୍ରାପ୍ତ ଶିକ୍ଷକ ଅନନ୍ତ ଚରଣ ଗୋଛୟତ ଙ୍କ ଏକାଦଶାହ ରେ ସ୍ମୃତି ଚାରଣ ସଭା

0 26

Get real time updates directly on you device, subscribe now.

ଗଁଦିଆ : ବ୍ଯାସସମ୍ମାନ ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ଗୋଛୟତ ଙ୍କ ଏକାଦଶାହ ରେ ସ୍ମୃତି ଚାରଣ ସଭା ତାଙ୍କ ବାସଭବନ ଝିଲ୍ଲିଗ୍ରାମରେ ଅକ୍ଟୋବର ମାସ ଆଠ ତାରିଖ ରବିବାର ଦିନ ପୂର୍ବାହ୍ନ ଏଗାରଟାରେ ଗଁଦିଆ ସ୍ମୃତି ସଂସଦ ର ସଭାପତି ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ସଭାରେ ସ୍ମୃତି ସଂସଦ ର ଉପଦେଷ୍ଟା ଡଃ ସମୀର କୁମାର ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦଣ୍ଡଧର ସାହୁ, ଆଞ୍ଚଳିକ ସେବା ସଂଗଠନ ର ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ଅଭିମନ୍ୟୁ ଦାସ, ସଭ୍ୟ,ଶରତ ଚନ୍ଦ୍ର ନାୟକ, ବ୍ଳକ କଳା ସଂସ୍କୃତି ଉପସଭାପତି କପିଳେଶ୍ୱର ବେହେରା, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଯୋଧନ ସାହୁ, ସାରଙ୍ଗଧର ସାହୁ, ଗନ୍ଧର୍ବ ଚରଣ ଲେଙ୍କା, ଗୋପାଳ ଚରଣ ସାହୁ, ନିତ୍ୟାନନ୍ଦ ସାହୁ, ପ୍ରମୋଦ କୁମାର ସାହୁ, ଶିକ୍ଷୟିତ୍ରୀ ପଙ୍କଜିନୀ ମିଶ୍ର ଉପସ୍ଥିତ ହୋଇ ନିଜର ବକ୍ତବ୍ୟ ରଖିଥିଲେ। ଗଁଦିଆ ସ୍ମୃତି ସଂସଦ ତରଫରୁ ସ୍ବର୍ଗତ ଅନନ୍ତ ଚରଣ ଗୋଛୟତ ଙ୍କ ବଡ଼ପୁଅ ବଦ୍ରିନାରାୟଣ ଗୋଛୟତ ଙ୍କୁ ସ୍ମୃତି ଫଳକ ଦେଇ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.