Take a fresh look at your lifestyle.

ଅଭିକର୍ତା ସଂଘ (ଲିଆଫି) ର ପ୍ରତିଷ୍ଠା ଦିବସ ପାଳନ

0 8

ଢେଙ୍କାନାଳ: ଭାରତୀୟ ଜୀବନ ବୀମା ନିଗମ, ଢେଙ୍କାନାଳ ଶାଖା ଆନୁକୂଲ୍ୟରେ ଆଜି ଦଧିବାମନ ଜୀଉଙ୍କ ମଠ ପ୍ରାଙ୍ଗଣରେ ଭାରତୀୟ ଜୀବନ ବୀମା ନିଗମର ଅଭିକର୍ତା ସଂଘ (ଲିଆଫି) ର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଅଛି । ଏହି ସଭାରେ ଅଭିକର୍ତାମାନଙ୍କର ବିଭିନ୍ନ ସମସ୍ୟା ଓ ସଂଗଠନ ବିଷୟରେ ଆଲୋଚନା କରାଯାଇଥିଲା ।

ଜାତିର ପିତା ଗାନ୍ଧି ଜୟନ୍ତୀ ଓ ମହାନ୍ ନେତା ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ତଥା ୧୯୬୪ ମସିହା ଆଜିର ଦିନରେ ସ୍ୱର୍ଗତ ସାମ୍ସର ଅଲ୍ଲି ଏହାର ନେତୃତ୍ୱ ନେଇ ଏହି ଅଭିକର୍ତା ସଂଘ ଗଠନ ହୋଇଥିଲା ।

ସଭାପତି ପ୍ରମୋଦ କୁମାର ସାହୁ, ଉପସଭାପତି ମିହିର କୁମାର ଶତପଥୀ, ସଂପାଦକ ସୁଧିର କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ଭୂୟାଁ, କଟକ ମଣ୍ଡଳ ଉପସଭାପତି ହରେକୃଷ୍ଣ ସାହୁ, ପରିଚାଳନା କମଟି ସଦସ୍ୟ ବିଶ୍ୱନାଥ ରାଉତ, ରମେଶ କୁମାର ସାହୁ, ବିପିନି ବିହାରୀ ଦାଶ, ବାବାଜୀ ବେହେରା, ଗଗନ ବିହାରୀ ରଥ ଓ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସଭା ଶେଷରେ ହରେକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.