Take a fresh look at your lifestyle.

ଅଚଳ ସୌର ପାନୀୟ ଜଳ ପ୍ରକଳ୍ପ ସଚଳ ହେଲା

0 17

Get real time updates directly on you device, subscribe now.

ଭୁବନ ୨.୧୦- ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତ ର କଞ୍ଚନବାହାଳି ଗ୍ରାମରେ ବ୍ଲକ ପ୍ରଶାସନ ତରଫରୁ ସୌର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା l ଲୋକମାନେ ଏହା ଦ୍ବାରା ସୁବିଧାରେ ପାଣି ପାଉଥିଲେ l ଲଘୁଚାପ ଜନିତ ବର୍ଷା ପବନରେ ସୋଲାର ଚ୍ୟାନେଲ ଉଡ଼ି ଯାଇଥିବା ଯୋଗୁଁ ଏହି ପ୍ରକଳ୍ପ ଟି ଅଚଳ ହୋଇ ପଡ଼ିଥିଲା ଓ ଲୋକମାନେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ l

ଏ ସମ୍ପର୍କରେ ଅଭିଯୋଗ ପାଇ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ପାନୀୟ ଜଳ ପ୍ରକଳ୍ପ କୁ ତୁରନ୍ତ ସଚଳ କରାଇବାକୁ ବିଡ଼ିଓ କଲ୍ୟାଣ ସୌରଭ ଦାଶ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ବିଡ଼ିଓ ଶ୍ରୀଯୁକ୍ତ ଦାଶ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ , ଏସ ଡି ଓ ଙ୍କୁ ଏହି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।

ବିଭାଗୀୟ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ସୋଲାର ଚ୍ୟାନେଲ ଉଡ଼ି ଯାଇଥିବା ଦେଖିବାକୁ ପାଇଥିଲେ ଓ ସଙ୍ଗେ ସଙ୍ଗେ ସଜାଡ଼ିଥିଲେ l ଫଳରେ ଲୋକମାନେ ଖୁସିରେ ଆତ୍ମହରା ହୋଇ ବିଡ଼ିଓ ଏବଂ ବ୍ଲକ ଅଧ୍ୟକ୍ଷା ଙ୍କୁ କୃତଜ୍ଞତା ଜଣାଇଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.