Take a fresh look at your lifestyle.

କାମାକ୍ଷାନଗରରେ ବ୍ଲକସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ

0 3

Get real time updates directly on you device, subscribe now.

ଢେଙ୍କାନାଳ: ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋ ଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ଲକସ୍ତରୀୟ “ମୋ ଢେଙ୍କାନାଳ ମହୋତ୍ସବ ୨୦୨୩ “ମୋ ପ୍ରତିଭା ମୋ ପରିଚୟ” ସାଂସ୍କୃତିକ ଓ ଶିକ୍ଷା ଭିତ୍ତିକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ।।

ତା ୦୩.୧୦.୨୦୨୩ ରିଖରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ୫ମ ପ୍ରତିଷ୍ଠା ଦିବସ ଉପଲକ୍ଷେ କାମାକ୍ଷାନଗର ବ୍ଲକ ନିମନ୍ତେ ବ୍ଲକ ସ୍ତରୀୟ ମୋ ଢେଙ୍କାନାଳ ମହୋତ୍ସବ ଓ ମୋ ପ୍ରତିଭା ମୋ ପରିଚୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।।

ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଯଥା ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ, ନୃତ୍ୟ ଓ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏଥିରେ କାମାକ୍ଷାନଗର ବ୍ଲକର ବିଭିନ୍ନ ସ୍କୁଲର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ଏବଂ ଏଥିରେ ବିଚାରକ ରୂପେ ବିଜୟ କୁମାର ମିଶ୍ର, ରାଜେଶ ରଥ ଓ ଅନ୍ୟାନ୍ୟ ବିଚାରକ ଯୋଗଦେଇ ପ୍ରତିଭାର ମୂଲ୍ୟାଙ୍କନ କରି ଆଗାମୀ ଦିନରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ କୃତି ପ୍ରତିଯୋଗୀଙ୍କୁ ମନୋନୀତ କରିଥିଲେ ।।

ଏହି ବ୍ଲକସ୍ତରୀୟ ମହୋତ୍ସବକୁ ଜିଲ୍ଲା ପରିଷଦର ମୂଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଉଦ୍ଘାଟକ ତଥା ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଏନ୍ ଏ ସି ଅଧ୍ୟକ୍ଷ ଧରାମାନନ୍ଦ ପରିଡ଼ା, ଜିଲ୍ଲା ଶିକ୍ଷା ଅଧିକାରୀ ବିନୀତା ସେନାପତି, ବିଇଓ ମନୋଜ କୁମାର ସାହୁ, ସ୍କୁଲର ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ମହାପାତ୍ର ଏବଂ ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଯୋଗଦେଇ ଉଦ୍ଘାଟନ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଉଦଯାପନୀ ଉତ୍ସବରେ ଅତିଥି ଭାବେରେ ସମାଜସେବୀ ସନ୍ଧ୍ୟାରାଣୀ ନାୟକ ଯୋଗ ଦେଇ ମୋ ଢେଙ୍କାନାଳର ଏହି ନିଆରା କାର୍ଯ୍ୟକ୍ରମକୁ ଢେଙ୍କାନାଳରେ କରିଥିବାରୁ ଚ୍ୟାନେଲ କୁ ଧନ୍ୟବାଦ୍ ଦେବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଭୂୟଂସି ପ୍ରଶଂସା କରିଥିଲେ।।

ଏହି କାର୍ଯ୍ୟକ୍ରମକୁ କାମାକ୍ଷାନଗରରେ ଧୁମଧାମରେ କରିବା ସହ ମୋ ଢେଙ୍କାନାଳର ଏହି ପ୍ରୟାସକୁ କାମାକ୍ଷାନଗରବାସୀ ସ୍ୱାଗତ ଜଣାଇବା ସହ ସାଧୁବାଦ ଜଣାଇଥିଲେ । ଗୁରୁଦେବଜୀ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ମୋ ଢେଙ୍କାନାଳର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ପ୍ରଥମେ ମୋ ଢେଙ୍କାନାଳର ଲକ୍ଷ ଓ ଉଦ୍ଦେଶ୍ୟ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିବା ପରେ ସମସ୍ତ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସଦସ୍ୟସଦସ୍ୟା ଓ ସହଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ଓ କହିଥିଲେ ଜିଲ୍ଲା ପ୍ରତି ସମର୍ପିତ ହୋଇ ସମସ୍ତେ ପ୍ରେମରେ କୁହନ୍ତୁ ମୋ ଢେଙ୍କାନାଳ !

ଏହି କାର୍ଯ୍ୟକ୍ରମକୁ ଗୁରୁଦେବଜୀ ଫାଉଣ୍ଡେସନର , ଡାର୍ଲିଂନ୍ ଡାଲଟନ, ପ୍ରତାପ ନାୟକ, ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଦୁର୍ଗା ପ୍ରସାଦ ତ୍ରିପାଠୀ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.