Take a fresh look at your lifestyle.

ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତିଙ୍କ ଷ୍ପଷ୍ଟିକରଣ

0 5

Get real time updates directly on you device, subscribe now.

ଢେଙ୍କାନାଳ:ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କାମାକ୍ଷାନଗର ସବଡିଭିଜନର ପର୍ଜଙ୍ଗ ବ୍ଲକଠାରୁ ଭୂବନ ବ୍ଲକ ପର୍ଯ୍ୟନ୍ତ ଗସ୍ତରେ ଆସି ବିଭିନ୍ନ ଜାଗାରେ ପଥପ୍ରାନ୍ତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେଇଥିଲେ । ସେଥି ମଧ୍ୟରେ କଙ୍କଡାହାଡ ବ୍ଲକର ମରୁଆବିଲି ପଂଚାୟତ ଠାରେ କଂଗ୍ରେସ ଦଳର ଏକ ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ ।

ଏ ସଭାରେ ହଜାର ହଜାର କଂଗ୍ରେସ କର୍ମୀ ଓ ଶତାଧିକ ରାଜ୍ୟ ଓ ଜିଲାସ୍ତରୀୟ କର୍ମକର୍ତା ଯୋଗଦେଇଥିଲେ । ସଭା ଶାନ୍ତିପୂର୍ଣ୍ଣ ଭାବେ ତଥା ଉତ୍ସାହର ସହିତ ବିନା ବାଧା ଓ କନ୍ଦଳ ଶୂନ୍ୟ ଭାବେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଜାଗାରେ ଜନ ସାଧାରଣ ରାଜ୍ୟ ସଭାପତିଙ୍କୁ ଫୁଲ ମାଳ ସହିତ ଉତ୍ସସୀତ ସମ୍ବର୍ଦ୍ଧନା ଜଣାଇଥିଲେ । ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ ପର୍ଜଙ୍ଗ ବ୍ଲକଠାରୁ ଭୂବନ ବ୍ଲକ ପର୍ଯ୍ୟନ୍ତ ପିସିସି ସଭାପତିଙ୍କ ସହିତ ସାଥିରେ ଥିଲେ ।

କିଛି ସମ୍ବାଦ ପତ୍ରରେ “ଜିଲ୍ଲା କଂଗ୍ରେସରେ ଗୋଷ୍ଠୀକନ୍ଦଳ” କଥା ପ୍ରକାଶ ପାଇବାର ଜିଲ୍ଲା କଂଗ୍ରେସ ସଭାପତିଙ୍କ ଦୃଷ୍ଟିକୁ ଆସିଛି ଏହାକୁ ସେ ଦୃଢ ଭାବରେ ଖଣ୍ଡନ କରିବା ସହିତ ବିରୋଧିଦଳଙ୍କ ଅସହିଷ୍ଣୁତା ଓ ଚଂଚକତାପୂର୍ଣ୍ଣ ଗୁଜବ ବୋଲି ପ୍ରକାଶ କରିଛନ୍ତି । ତେଣୁ ଏ ପ୍ରକାର’ର ଗୁଜବରେ କଂଗ୍ରେସପ୍ରେମୀ ଜନସାଧାରଣ ପ୍ରଭାବିତ ନ ହେବାପାଇଁ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅନୁରୋଧ କରିଛନ୍ତି ବୋଲି ଢେଙ୍କାନାଳ ଜିଲ୍ଲା ମୂଖ୍ୟ ମୁଖପାତ୍ର ନିର୍ମଳ ମିଶ୍ର ଏକ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.