Take a fresh look at your lifestyle.

ବାପ ପୁଅଙ୍କୁ ଅପହରଣ, ୨ ଲକ୍ଷ ଦାବି

ଭୁବନେଶ୍ୱରରୁ ଉଦ୍ଧାର କଲା ପୁଲିସ୍

0 9

Get real time updates directly on you device, subscribe now.

ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ଗଦାଶିଳା ଗ୍ରାମରୁ ମାରଣାସ୍ତ୍ର ଦେଖାଇ ବାପ ପୁଅଙ୍କୁ ଅପହରଣ କରାଯାଇଛି । ଅପହରଣ ପରେ ପରିବାର ଲୋକଙ୍କୁ ଫୋନ୍ ମାଧ୍ୟମରେ ୨ ଲକ୍ଷ ଦାବି କରାଯାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ କରି ଭୁବନେଶ୍ୱରରୁ ବାପପୁଅଙ୍କୁ ଉଦ୍ଧାର କରିବା ସହ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଥାନାରେ ଅଟକ ରଖିଛି । ଗଦାଶିଳା ଗ୍ରାମର ଅନୁପମା ମହାନ୍ତିଙ୍କ ଅଭିଯୋଗ ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୯ଟାରେ ଏକ ବୋଲେରୋ ଗାଡିରେ ୮ ଜଣ ଦୁର୍ବୃତ୍ତ ଗଦାଶିଳା ଗ୍ରାମରେ ପହଞ୍ଚିଥିଲେ ।

ସେଠାରେ ପୁତୁରା କିରଣ କୁମାର ମହାନ୍ତି ଓରଫ୍ ଟୁବୁ କୁଆଡେ ଗଲା ବୋଲି ପଚାରିଥିଲେ । ମାତ୍ର ଅନୁପମାଙ୍କ ସ୍ୱାମୀ ଦେବୀପ୍ରସାଦ ମହାନ୍ତି ଓ ପୁଅ ସାସ୍ୱତ ମହାନ୍ତି ଓରଫ୍ ପିନୁ କିଛି ସୂଚନା ନଦେବାରୁ ଏକ ଛୁରୀ ଦେଖାଇ ଉଭୟଙ୍କୁ ଗାଡିରେ ବସାଇ କେଉଁଆଡେ ନେଇଯାଇଥିଲେ । ପରେ ଫୋନ୍ କରି ୨ ଲକ୍ଷ ଟଙ୍କା ନଦେଲେ ବାପପୁଅଙ୍କୁ ଛାଡିବେ ନାହିଁ ବୋଲି ଅନୁପମାଙ୍କୁ ଫୋନ୍ ଯୋଗେ କହିଥିଲେ ।

ଏଥିସହ ଫୋନ୍ ପେରେ ଟଙ୍କା ପଠାଇ ଦେବାକୁ ଧମକ ଦେଇଥିଲେ । ଏହାପରେ ଅନୁପମା ସଦର ଥାନା ପୁଲିସର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍ ଘଟଣାର ତଦନ୍ତ କରି ରବିବାର ଭୁବନେଶ୍ୱରରୁ ଦେବୀପ୍ରସାଦ ଓ ସାସ୍ୱତଙ୍କୁ ଉଦ୍ଧାର କରିବା ସହ ୪ ଜଣ ଅପହର୍ତ୍ତାଙ୍କୁ ଥାନାକୁ ଆଣି ଅଟକ ରଖି ତଦନ୍ତ ଜାରି ରଖିଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.