Take a fresh look at your lifestyle.

ଶିକ୍ଷକ ଚାକିରୀ ରୁ ଅବସର ନିଏ ଶିକ୍ଷାଦାନରୁ ନୁହେଁ

0 51

Get real time updates directly on you device, subscribe now.

ଢେଙ୍କାନାଳ : ସଦର ବ୍ଲକ୍ ଅନ୍ତର୍ଗତ ଖମାର ମଣ୍ଡାପାଳ ଉ.ପ୍ରା. ବିଦ୍ୟାଳୟ ଠାରେ ନୂଆଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମକୃଷ୍ଣ ଷଡଙ୍ଗୀ ଓ ସୋଗରପଶି ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ବନମାଳି ବେହେରାଙ୍କୁ ସୋଗରପଶି କ୍ଲଷ୍ଟର ଶିକ୍ଷକଶିକ୍ଷୟିତ୍ରୀଙ୍କ ତରଫରୁ ଶନିବାର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗଣେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନଶିକ୍ଷକ ପ୍ରତାପ ରାଉତ, ଅଶୋକ ବିଶ୍ୱାଳ ଓ ବିଷ୍ଣୁ ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ବିଦାୟୀ ପ୍ରଧାନଶିକ୍ଷକଙ୍କର ଅବଦାନ ସଂପର୍କରେ ଆଲୋକପାତ କରି ଜଣେ ଶିକ୍ଷକ ଚାକିରୀ ରୁ ଅବସର ନିଏ, ମାତ୍ର ଶିକ୍ଷାଦାନ ରୁ ନେଇ ନଥାଏ ବୋଲି କହିଥିଲେ ।

ଏଥି ସହିତ ଅତିଥିମାନେ ସେମାନଙ୍କର ସୁସ୍ଥ ଓ ନିରାମୟ ଅବସର ଜୀବନ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଜିତେନ୍ଦ୍ର ପୃଷ୍ଟି, ଗଙ୍ଗାଧର ଦେହୁରୀ, ଶିକ୍ଷକ ସନ୍ଦିପନୀ ସାହୁ, ରାଜଲକ୍ଷ୍ମୀ ପାଲ୍ ପ୍ରମୁଖ ବିଦାୟୀ ଶିକ୍ଷକଙ୍କର ଗୁଣାବଳୀ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଏହି ଅବସରରେ କ୍ଲଷ୍ଟର ଶିକ୍ଷକଶିକ୍ଷୟିତ୍ରୀଙ୍କ ତରଫରୁ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସିଆର୍ସିସି ସଞ୍ଜିବ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲାବେଳେ ପ୍ରଧାନଶିକ୍ଷକ ରସାନନ୍ଦ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଶତୃଘ୍ନ ମଲ୍ଲିକ, ପବିତ୍ର ବିଶ୍ୱାଳ, ରଞ୍ଜିତା ରାଉତ, ସ୍ୱର୍ଣ୍ଣମୟୀ ବିଶ୍ୱାଳ, ରଶ୍ମିତା ଚିନାରା ଓ ଚନ୍ଦ୍ରମଣି ନାୟକ ପ୍ରମୁଖ ସହଯୋଗ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.