Take a fresh look at your lifestyle.

ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

0 5

Get real time updates directly on you device, subscribe now.

ଢେଙ୍କାନାଳ:ଗୋପବନ୍ଧୁ ଟାଉନହଲ ପରିସରରେ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମହାଦେବ ବାହିନୀର ମିଳିତ ସହଯୋଗରେ ଫାଉଣ୍ଡେସନର ପ୍ରତିଷ୍ଠାତା ଇଂ ସୌମ୍ୟବ୍ରତ ସାହୁଙ୍କ ଜନ୍ମ ଦିବସ ତଥା ରକ୍ତଭଣ୍ଡାରର ଅଭାବକୁ ଅଗ୍ରାଧିକାର ଦେଇ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଶିବିରରେ ଶ୍ରୀ ସାହୁ ତାଙ୍କ ଜୀବନର ୩୫ତମ ରକ୍ତଦାନ କରିଥିବା ବେଳେ ଶିବିରରେ ମୋଟ ୩୭ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏହି ଅବସରରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଶୁଭ ଉଦ୍‌ଘାଟନ କରିଥିଲେ ।

ଉକ୍ତ ଶିବିରରେ ଅନୁଷ୍ଠାନର ଶୁଭେଚ୍ଛୁ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବରିଷ୍ଠ ସାମ୍ବାଦିକ ଅଥୟ କୁମାର ସାହୁ, ସମାଜସେବୀ ରାମଚନ୍ଦ୍ର ପାତ୍ର, ଶେଷଦେଵ ରାଉତ, ଶକ୍ତି ବାହିନୀର ସଭାପତି ସସ୍ମିତା ଦାସ, ମହାଦେବ ବାହିନୀର ଆବାହକ ଯୁଧିଷ୍ଠିର ସାହୁ ପ୍ରମୁଖସାମିଲ ହୋଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଏହି ଅବସରରେ ୧୧ ଦିନ ଧରି ଚାଲିରହିଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ବନ ମହୋତ୍ସବ ୨୦୨୩ର ଉଦଯାପନୀ ଉପଲକ୍ଷେ ରକ୍ତଦାତାମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସମସ୍ତ ରକ୍ତଦାତାମାନଙ୍କୁ ମୁଖ୍ୟଅତିଥି ଚାରା ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ।

ଏହି ଶିବିରକୁ ମୋ ଢେଙ୍କାନାଳ ଚ୍ୟାନେଲର ସାମ୍ବାଦିକ ଆଶୁତୋଷ ପାଢ଼ୀ, ଗୁରୁଦେବଜୀ ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ଇନ୍ଦ୍ରଜିତ ସାହୁ, ରେଡ଼ ଡୋନର କ୍ଲବର ସଂଯୋଜକ ସତ୍ୟଜିତ ଦଳେଇ, ଶକ୍ତି ବାହିନୀର ସୌମ୍ୟାମମତା ମିଶ୍ର, ସୁଭ୍ରାସିନି ସାହୁ, ସ୍ମିତା ଷଡ଼ଙ୍ଗୀ, ମମତା ମହନ୍ତ, ଲୋପାମୁଦ୍ରା ସାହୁ, ପ୍ରୀତିସ୍ୱରୂପା ଦାଶ, ରୋଜାଲିନ ସାହୁ, ମହାଦେବ ବାହିନୀର ଡାର୍ଲିଂନ୍ ଡାଲଟନ, ବଦ୍ରିନାଥ ବରାଳ, ବିଶାଳ ଦାଶ, ସୋମେଶ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.