Take a fresh look at your lifestyle.

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଢେଙ୍କାନାଳ ଗସ୍ତ ପାଇଁ ଢେଙ୍କାନାଳ

ବିଜେପିର ପ୍ରସ୍ତୁତି ବୈଠକ

0 4

Get real time updates directly on you device, subscribe now.

ଢେଙ୍କାନାଳ : ଆଗାମୀ ୨୩ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଢେଙ୍କାନାଳ ଠାରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ବିଜେପିର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କର ଏକ ସମ୍ମିଳନୀରେ ଯୋଗଦେବା ପରିପ୍ରେକ୍ଷୀରେ ଆଜି ଢେଙ୍କାନାଳ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ରର ଉଚ୍ଚସ୍ତରୀୟ ନେତୃବୃନ୍ଦଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଢେଙ୍କାନାଳ ଲୋକସଭା କ୍ଷେତ୍ରର ପ୍ରବାସ ଯୋଜନା ପରିପ୍ରେକ୍ଷୀରେ ବିଭିନ୍ନ ସମୟରେ ଦୁଇ ଜିଲ୍ଲାର ବୁଥ୍ ସ୍ତରୀୟ ସାଙ୍ଗଠନିକ ଅଭିବୃଦ୍ଧିକୁ ନେଇ ବିଭିନ୍ନ ସମୟରେ କେନ୍ଦ୍ରମନ୍ତ୍ରୀମାନଙ୍କର ଗସ୍ତ ହେଉଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଫେବୃଆରୀ ୨୩ ତାରିଖ ଦିବା ୩ ଘଟିକା ସମୟରେ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଢେଙ୍କାନାଳ ସହରସ୍ଥିତ ମହିଷାପାଟ ପଲ୍ଲିଶ୍ରୀମେଳା ପଡିଆରେ ବୁଥ୍ କାର୍ଯ୍ୟକର୍ତା ସମ୍ମିଳନୀକୁ ସମ୍ବୋଧନ କରିବେ ଓ ତତ୍ପରେ ଢେଙ୍କାନାଳ କଲେଜ୍ ବାଇପାସ୍ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦୁଇ ଜିଲ୍ଲାର ସ୍ୱାଧିନତା ସଂଗ୍ରାମୀ ଓ ତାଙ୍କର ଦାୟଦମାନଙ୍କୁ ସମ୍ମାନିତ କରିବେ,।

ଏହାପରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଜିଲ୍ଲା ସ୍ତରୀୟ ଶୀର୍ଷ ନେତୃତ୍ୱ କାର୍ଯ୍ୟକର୍ତାମାନଙ୍କୁ ନେଇ ଜିଲ୍ଲାର ସାଙ୍ଗଠନିକ ଅଭିବୃଦ୍ଧି ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏକ ବୈଠକ ନେବେ । ଏହିସବୁ କାର୍ଯ୍ୟକ୍ରମକୁ ସରସସୁନ୍ଦର କରିବା ପାଇଁ ଆଜିର ବୈଠକରେ ଉପସ୍ଥିତ ଥିବା ନେତୃବୃନ୍ଦ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ । ତତ୍ପରେ ଏକ ଉଚ୍ଚସ୍ତରୀୟ ଟିମ୍ ଆଗାମୀ ୨୩ତାରିଖରେ ହେବାକୁ ଥିବା ବୁଥ୍ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ପାଇଁ ପଲ୍ଲିଶ୍ରୀ ପଡିଆକୁ ଯାଇ ତା’ର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଉକ୍ତ ବୈଠକରେ ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ତଥା ରାଜ୍ୟ ସଂପାଦକ ସୀମାଂଚଳ ଖଟେଇ ଅତିଥି ଭାବେ ଯୋଗଦେଇ ମାର୍ଗଦର୍ଶନ କରିବା ସହିତ ୨୩ ତାରିଖ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଓଡିଶା ବିଜେପି ଆଇଟି ସେଲ୍ ମୁଖ୍ୟ ସ୍ୱୟଂ ପ୍ରକାଶ ବରାଳ ବୈଠକରେ ଯୋଗଦେଇ ବୁଥ୍ ସ୍ତରୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଉପରେ ଆଲୋକପାତ କରିଥିଲେ ଏବଂ ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ଭୂଷଣ ପ୍ରଧାନ, ଶତୃଘ୍ନ ଜେନା, ଅଞ୍ଜଳି ବେହେରା, ପ୍ରତାପ ପ୍ରଧାନ, ଭାଗିରଥୀ ପ୍ରଧାନ, ଅଶୋକ ମହାନ୍ତି, ଅଗସ୍ତି ବେହେରା, ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର, ପର୍ଜଙ୍ଗ ବ୍ଲକ୍ ଉପାଧ୍ୟକ୍ଷା ଯଶ୍ୱସିନୀ ରାଉତ, ଲୋକସଭା ପ୍ରବାସ ଯୋଜନା ସଂଯୋଜକ ପ୍ରେମାନନ୍ଦ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ପ୍ରତିମା ମିଶ୍ର, ନିରୋଜ ନଳିନୀ ମହାଳିକ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ପାତ୍ର, ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଦୀପକ ଗୋଚ୍ଛାୟତ, ଢେଙ୍କାନାଳ ଜିଲ୍ଲା ଉପସଭାପତି ବିଷ୍ଣୁପ୍ରସାଦ ଲେଙ୍କା, ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ସାଧାରଣ ସଂପାଦକ ସୁନିଲ୍ ଶର୍ମା, ରାସବିହାରୀ ବେହେରା, ରତିକାନ୍ତ ସାହୁ, ଢେଙ୍କାନାଳ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଏମ୍.ଜେ. ମହିମା, ମହିଳାମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁ, ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସତ୍ୟରଞ୍ଜନ ଭୂୟାଁ ଓ ଅଞ୍ଜନ ପାଣି, ଅନୁଗୁଳ ଜିଲ୍ଲା ସାଧାରଣ ସଂପାଦକ ସୁଦୀପ ଗଡନାୟକ, ପ୍ରକାଶ ମହାରଣା, ଯଜାତି ପଟ୍ଟନାୟକ, ଦିଲ୍ଲୀପ ଦାସ, ଓବିସି ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପ୍ରଧାନ, କୃଷକ ମୋର୍ଚ୍ଚା ସଭାପତି ସହଦେବ ପୃଷ୍ଟି, ଏସ୍ସି ମୋର୍ଚ୍ଚା ସଭାପତି କରୁଣାକର ଦଳେଇ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଶେକ୍ ସଲ୍ଲାଉଦ୍ଦିନ୍, ଆଇଟି ସେଲ୍ ମୁଖ୍ୟ ରମ୍ୟରଞ୍ଜନ ମହାପାତ୍ର, ସୋସିଆଲ୍ ମିଡିଆ ଯୁବମୋର୍ଚ୍ଚା ସୁଚିତ୍ର ବେହେରା ପ୍ରମୁଖ ଏବଂ ଉକ୍ତ ବୈଠକରେ ସମସ୍ତ ୯ଟି ଯାକ ବିଧାନସଭା କ୍ଷେତ୍ରର ପ୍ରଭାରୀ ଓ ସଂଯୋଜକମାନେ ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.