Take a fresh look at your lifestyle.

ସପ୍ତଦିବସୀୟ ଚିତ୍ରକଳା ପ୍ରଦର୍ଶନି ଉଦଯାପିତ

0 91

Get real time updates directly on you device, subscribe now.

କୋଣାର୍କ : ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ପରିସର ରେ ଦୀର୍ଘ ୭ଦିନ ଧରି ଚାଲୁରହିଥିବା ଚିତ୍ରକଳା ପ୍ରଦର୍ଶନୀ ର ଶୀର୍ଷକ “ମୋ ପୁରୀ ଓ ମୋ ଶ୍ରୀକ୍ଷେତ୍ର ” ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଯୋଗ ଦେଇଥିଲେ।

ମହାବିଦ୍ୟାଳୟ ର ଅଧ୍ୟାପକ ସୁଶାନ୍ତ ମେହେର,ବିଶ୍ୱମୋହନ ରଥ,ଶିଶୁ ସମାଚାର ର ସମ୍ପାଦକ ଶ୍ରୀଯୁକ୍ତ ସୁକାନ୍ତ ପଣ୍ଡା, ଶୁସାହିତ୍ୟିକ ସିବସୁନ୍ଦର ମିଶ୍ର,ଶିଳ୍ପୀ ଚନ୍ଦ୍ରଶେଖର ମହାରଣା ଏବଂ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ,ଏଥିରେ ଶ୍ରୀକ୍ଷେତ୍ର ପୁରୀର ଅନେକ ତୀର୍ଥସ୍ଥାନ ଓ ସାମାଜିକ ଚଳନି କୁ ସ୍ଥାନିତ କରାଯାଇଥିଲା।

ଏଥିରେ ୯୩ ଟି ଚିତ୍ର ସ୍ଥାନ ପାଇଥିବାବେଳେ ୮୩ ଜଣ ଚିତ୍ରଶିଳ୍ପୀ ଭାଗ ନେଇଥିଲେ ଶ୍ରୀକ୍ଷେତ୍ର ର ପରମ୍ପରା ଓ ସାମାଜିକ ଚଳନୀ ଓ ରୀତିନୀତି କୁ ଚିତ୍ର ମାଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ କଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଦୁର୍ଗାମାଧବ କର ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.