Take a fresh look at your lifestyle.

୪ ରେ ପ୍ରସିଦ୍ଧ ଯୋରନ୍ଦା ମେଳା – ସନ୍ଧ୍ୟା ୫.୩୦ଟାରେ ଝାଡଦୀପ ଲାଗିବ

0 7

Get real time updates directly on you device, subscribe now.

ଢେଙ୍କାନାଳ : ଆଜିଠାରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ମହିମାଗାଦିରେ ଆରମ୍ଭ ହେଉଛି । ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରରୁ ବହୁସଂଖ୍ୟାରେ ସାଧୁସନ୍ଥ, ଶ୍ରଦ୍ଧାଳୁ ଓ ବ୍ୟବସାୟୀମାାନ ଯୋରନ୍ଦା ରେ ପହଞ୍ଚିବାରେ ଲାଗିଛନ୍ତି । ସମାଗମରେ ମହିମାଗାଦି ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ଆଶ୍ରମ ମଣ୍ଡଳ ଓ ଧର୍ମଶାଳାଗୁଡିକରେ ଶ୍ରଦ୍ଧାଳୁମାନଙ୍କର ଭିଡ ବଢିବାରେ ଲାଗିଛି ।କୋଭିଡ କଟକଣା ର ୨ ବର୍ଷ ପରେ ମେଳା ହେଉଥବବାରୁ ଅଧିକ ଭିଡ ହେବାର

ସମ୍ଭାବନା ରହିଛି । ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ବିଭିନ୍ନ ମନ୍ଦିର, ଉପାସନା ପୀଠ ଓ ମଠରେ ଭୀମଭୋଇଙ୍କ ଭଜନ,ଜଣାଣ ଓ ଚଉତିଶା ଗାନ କରିବା ସହ ଖଞ୍ଜଣୀ ବାଦନରେ ମହିମାଗାଦି କୁ ମୁଖରିତ କରିଛନ୍ତିି । ମେଳାକୁ ଶାନ୍ତି ଶୃଙ୍ଖଳା କରିବା ପାଇଁ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି ।୧୮୭୪ ମସିହା ମାଘ ଶୁକ୍ଲ ଚତୁର୍ଦ୍ଦଶୀରେ ମହିମାସ୍ୱାମୀ ଯୋରନ୍ଦାଠାରେ ମାଘମେଳା ଆରମ୍ଭ କରିଥିଲେ ।

ଏହି ମେଳା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ପ୍ରଥମ ଦିନ ବାବାଙ୍କ ପୂର୍ଣ୍ଣିମା ଓ ଦ୍ୱିତୀୟ ଦିନ ଦେଶ ପୂର୍ଣ୍ଣିମା ଭାବରେ ଏହା ପାଳିତ ହୋଇଥାଏ । ଗାଦି ମନ୍ଦିରର ଚାରିମୁଖଶାଳାରେ ଚାରୋଟି ଝାଡବୃକ୍ଷ ସ୍ଥାପନ କରାଯାଇ ସେଥିରେ ଅହୋରାତ୍ର ଘୃତାହୂତି ପ୍ରଦାନ କରାଯାଇଥାଏ । ଏହି ଦୀପ ପ୍ରଜ୍ୱଳନ ଦ୍ୱାରା ସମାଜରୁ ଅଜ୍ଞାନ ଓ ଅନ୍ଧକାର ଦୂର ହୋଇଥାଏ ଏବଂ ଜଗତ ଭକତର ମଙ୍ଗଳ କାମନା କରାଯାଇଥାଏ ବୋଲି ବିଶ୍ୱାସ ରହିଛି ।

ଶନିବାର ପ୍ରାତଃ ବ୍ରାହ୍ମମୂହୂର୍ତ୍ତରେ ଗାଦିମନ୍ଦିର ସ୍ୱତନ୍ତ୍ର ନୀତି କରାଯିବାର ବ୍ୟବସ୍ଥା କରାଯାଇଛି । ତ୍ରିସନ୍ଧ୍ୟା ଉପାସନା ପରେ ଅପରାହ୍ନ ୫.୧୫ରୁ ସାଢେ ୫ ଟା ଭିତରେ ଗାଦି ମନ୍ଦିରର ଚାରିଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ ହେବ । ଚତୁର୍ଦ୍ଦଶୀ ପରି ମାଘପୂର୍ଣ୍ଣମୀରେ ମଧ୍ୟ ଯଥାରୀତି ଅନୁସାରେ ଗାଦିମନ୍ଦିରର ଚାରିଦ୍ୱାରରେ ଝାଡଦୀପ ପ୍ରଜ୍ୱଳନ କରାଯିବ । ପ୍ରତିପଦା ଦିନ ଗାଦିମନ୍ଦିରର କେବଳ ଦକ୍ଷିଣଦ୍ୱାରରେ ଝାଡଦୀପ ପ୍ରଜ୍ୱଳନର ବ୍ୟବସ୍ଥା କରାଯାଇଛି ।

 ପିତ୍ତଳ ଝାଡ ଦ୍ୱୀପ ଗୁଡିକୁ ନିତୀ ସେବକ ସନ୍ନ୍ୟାସୀ ମାନେ ସଫା ସୁତରା କରି ନିତୀ ମନ୍ଦିର ରେ ସଜ୍ଜିତ କରି ରଖିଛନ୍ତି ଶନିବାର ସକାଳ ୮ ଟାରେ ସେଗୁଡିକ ମନ୍ଦରକୁ ଯିବାର କାର୍ଯ୍ୟକ୍ରମ ରହିଛି । ଝାଡଦୀପରେ ଘୃତାହୂତି କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଓ ମହିମା ଧର୍ମାବଲମ୍ବୀ ଲୋକଙ୍କର ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଗାଦି ମନ୍ଦିର ସମ୍ମୁଖରେ ବ୍ୟାରିକେଟ ନିର୍ମାଣ କରାଯାଇ ଶ୍ରଦ୍ଧାଳୁମାନଙ୍କ ସୁବିଧାରେ ମନ୍ଦିର ପ୍ରବେଶର ବ୍ୟବସ୍ଥା କରାଯାଇଛି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.