Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ମତଦାତା ଦିବସ ପାଳନ

0 29

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ୧୩ ତମ ଜାତୀୟ ମତଦାତା ଦିବସ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି ।

ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିରୁପେ ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ, ପ୍ରାଧ୍ୟାପିକା ସଂଯୁକ୍ତା ଜେନା, ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର, ଅଧ୍ୟାପକ ପ୍ରଜେଶ ଜେନା, ଡକ୍ଟର ମହେଶ ପ୍ରସାଦ ବେହେରା, ଶ୍ରୀ ଦିବାକର ବେହେରା, ଶ୍ରୀମତୀ ପ୍ରେମଲତା ମଲ୍ଲ, ଶ୍ରୀମତୀ ବିନୋଦିନୀ ବେହେରା, ମଦିରା ଦାସ, ସୀମନ୍ତ ବେହେରା, ଗୀତାଞ୍ଜଳି ମହାରଣା, ସୁଚିସ୍ମିତା ତ୍ରିପାଠୀ, ପ୍ରମୁଖ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ମତଦାତା ଦିବସର ମହତ୍ଵ ଏବଂ ମତଦାନରେ ସକ୍ରିୟ ଅଂଶ ଗ୍ରହଣ ଦ୍ଵାରା ଗଣତନ୍ତ୍ରର ସଫଳତା ହାସଲ ହୋଇପାରିବ ବୋଲି ମତ ରଖିଥିଲେ ।

ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାସ ଛାତ୍ରଛାତ୍ରୀ ମାନଙ୍କୁ ମତଦାତା ଦିବସର ଶପଥ ପାଠ କରାଇବା ସହିତ ମତଦାତା ଦିବସ ଉପଲକ୍ଷେ ସରକାରଙ୍କ ଦ୍ଵାରା ପ୍ରେରିତ ସଙ୍ଗୀତକୁ ଛାତ୍ରଛାତ୍ରୀ ମାନଙ୍କୁ ଶୁଣାଇଥିଲେ ।  ପ୍ରାଧ୍ୟାପିକା ସଂଯୁକ୍ତା ଜେନା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Leave A Reply

Your email address will not be published.