Take a fresh look at your lifestyle.

୧୩୯ ଜଣ ବରିଷ୍ଠ ନାଗରିକ ଗଲେ ତୀର୍ଥଯାତ୍ରାରେ

0 70

Get real time updates directly on you device, subscribe now.

କୋଣାର୍କ : ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରେ ପୁରୀ ଜିଲ୍ଲା ରୁ ଆଜି ୧୩୯ ଜଣ ବରିଷ୍ଠ ନାଗରିକ ଙ୍କୁ ତୀର୍ଥଯାତ୍ରାରେ ପ୍ରେରଣ କରାଯାଇଛି।ଏହି ବରିଷ୍ଠ ନାଗରିକ ମାନେ ବାରଣାସୀ ଓ ଆହ୍ଲାବାଦ ପରିଭ୍ରମଣ କରିବା ସହ ଚଳିତ ମାସ ୩୧ ତାରିଖରେ ପୁରୀ ଫେରିଆସିବାର କାର୍ଯ୍ୟକ୍ରମ ରହିଛି।

ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କୁମାର ପ୍ରଧାନ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀ ମାନଙ୍କୁ ପୁଷ୍ପ ଗୁଛ ଦେଇ ଯାତ୍ରାର ଶୁଭ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ରେଡକ୍ରସ ସଦସ୍ୟ ଜୟନ୍ତୀ ମହାପାତ୍ର,ରାଜ କିଶୋର ପାତ୍ର,ମଧୁମିତା ମହାପାତ୍ର ପ୍ରମୁଖ ଯୋଗ ଦେଇ ତୀର୍ଥଯାତ୍ରୀ ଙ୍କୁ ସହାୟତା କରିଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.