Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଜ୍ଜାପନ

0 36

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟର +୨ ପ୍ରଥମ ବର୍ଷର ଛାତ୍ରୀ ମାନଙ୍କୁ ଓଡିଶା ସରକାରଙ୍କର ପ୍ରଦତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଅଧକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦଯାପିତ ହୋଇଯାଇଅଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଦାୟିତ୍ଵରେ ଥିବା ସଂଯୋଜିକା ଅଧ୍ୟାପିକା ମନ୍ଦିରା ଦାସ କାର୍ଯକ୍ରମର ଆଭିମୁଖ୍ୟ ଏବଂ ପ୍ରଶିକ୍ଷଣ ବିଷୟରେ ବିବରଣୀ ପ୍ରଦାନ କରିଥିଲେ l

ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀଯୁକ୍ତ ଅକ୍ଷୟ କୁମାର ନାଥ ଯୋଗଦାନ କରି ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ସମାଜ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ସ୍ୱାଇଁ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପୂର୍ବକ ଛାତ୍ରୀ ମାନେ ସ୍ଵବଲମ୍ବୀ ଏବଂ ଆତ୍ମରକ୍ଷା କୌଶଳ ଗ୍ରହଣକରି ନିଜକୁ ମାନସିକ ଓ ଶାରିରୀକ ସ୍ତରରେ ସୁଦୃଢ଼ କରିପାରିବେ ବୋଲି ମତ ରଖିଥିଲେ । ଅଧ୍ୟାପିକା ଶ୍ରୀମତୀ ବିନୋଦିନୀ ବେହେରା, ପ୍ରାଧ୍ୟାପିକା ଶ୍ରୀମତୀ ସଂଯୁକ୍ତା ଜେନା ପ୍ରମୁଖ ଯୋଗଦାନ କରି ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ ଏକ ଯୁଗାନ୍ତକାରି ପଦକ୍ଷେପ ବୋଲି ମତରଖିଥିଲେ ।

ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ନାୟକ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆତ୍ମରକ୍ଷା ପ୍ରଶିକ୍ଷଣର ପ୍ରଶିକ୍ଷିକା ଶ୍ରୀମତୀ ସସ୍ମିତା ମହାରଣା ଓ ପ୍ରଜ୍ଞା ପାରମିତା ବେହେରା ଆତ୍ମରକ୍ଷା କୌଶଳ ତାଲିମ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୫୩ ଜଣ ଛାତ୍ରୀ ଦୀର୍ଘ ଆଠ ଦିନ ଧରି ତାଲିମ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡକ୍ଟର ଶକୁନ୍ତଳା ଭୂୟାଁ, ଅଧ୍ୟାପକ ପ୍ରଜେଶ ଜେନା, ଅଧ୍ୟାପକ ଆଦିତ୍ୟ ନାରାୟଣ ବେହେରା, ଅଧ୍ୟାପିକା ଗୀତାଞ୍ଜଳି ମହାରଣା, ଅଧ୍ୟାପିକା ସସ୍ମିତା ମିଶ୍ର, କର୍ମଚାରୀ ଅର୍ଜୁନ ରାଉଳ, ଜୟକୃଷ୍ଣ ବାରିକ, ଟିଭୁ ନାଏକ, ରମାକାନ୍ତ ନାଏକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।

- Advertisement -

Leave A Reply

Your email address will not be published.