Take a fresh look at your lifestyle.

ଚନ୍ଦ୍ରଭାଗା ମାଘମେଳା ପାଇଁ ମୁତୟନ ହେବେ ୩୦୦ସ୍ବେଛାସେବୀ

0 29

କୋଣାର୍କ : ବିଶ୍ଵପ୍ରସିଦ୍ଧ ଚନ୍ଦ୍ରଭାଗା ମାଘମେଳା କୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ପ୍ରଶାସନ ଓ ସ୍ବେଛାସେବୀ ମାନଙ୍କର ଏକ ମିଳିତ ବୈଠକ ଅତିରିକ୍ତ ତହସିଲଦାର ସୌମେନ୍ଦ୍ର କୁମାର ତେଜ଼ ଙ୍କ ଅଧକ୍ଷତାରେ କୋଣାର୍କ ଯାତ୍ରୀନିବାସ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି l     

ପୋଲିସ ପ୍ରଶାସନ ସହ, ସମାଜସେବୀ ରାମକୃଷ୍ଣ ମହାନ୍ତି ଙ୍କ ନେତୃତ୍ୱ ରେ ପୁରୀ ଶିକ୍ଷା ବିଭାଗ ଅଧୀନ ସ୍କାଉଟ ଓ ଗାଇଡ଼, ଜାତୀୟ ସମର ଶିକ୍ଷ୍ୟାର୍ଥୀ ବାହିନୀ, ଜାତୀୟ ସେବା ଯୋଜନା, ନେହରୁ ଯୁବକେନ୍ଦ୍ର, ନlଭାଲ ୟୁନିଟ, ସବୁଜ ସଂକଳ୍ପ, ଭାରତ ଉଦୟ ଯୁବକ ସଂଘ, ବସନ୍ତ ମଞ୍ଜରୀ ପାଠାଗାର, ସେବକ, ଉତ୍ସର୍ଗ ପରିବାର, ଜାଭିଆର କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟର ପ୍ରାୟ ୩୦୦ ସ୍ବେଛାସେବୀ ଯୋଗଦେଇ ଟ୍ରାଫିକ ସମସ୍ୟା, ଚନ୍ଦ୍ରଭାଗା ତୀର୍ଥ, ସମୁଦ୍ରକୁଳ ପେଟ୍ରୋଲିଙ୍ଗ, ହଜିଲା ଖୋଜିଲା ମଞ୍ଚ, ସୂର୍ଯ୍ୟମନ୍ଦିର, ନବଗ୍ରହ ମନ୍ଦିର ନିକଟରେ ରହି ସେବା ଯୋଗାଇଦେବେ l

ଏହି ବୈଠକରେ ସମାଜସେବୀ ରାମକୃଷ୍ଣ ମହାନ୍ତି, କୋଣାର୍କ ଥାନା ର ଭାରପ୍ରାପ୍ତ ଅଧିକାରୀ ରଞ୍ଜନ କୁମାର ମଲିକ,ଏନ ସି ସି ଅଧିକାରୀ ବିନୟ ଭୂଷଣ ମହାନ୍ତି, ଅଗ୍ନିଶମ ଅଧିକାରୀ ଜ୍ୟୋତିପ୍ରକାଶ ରଥ, ନିର୍ଭlହୀ ଅଧିକାରୀ ଏସ.କେ. ସଗିର, ନିରଞ୍ଜନତ୍ରିପାଠୀ, ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ବୈଠକରେ ଉପସ୍ଥିତ ଥିଲେ, ଶେଷରେ ଦିଲ୍ଲୀପ କୁମାର ଦା ଧନ୍ୟବାଦ ଅର୍ପଣ କରିଥିଲେ l

- Advertisement -

Leave A Reply

Your email address will not be published.