Take a fresh look at your lifestyle.

ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡ୍‌ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି।

0 16

ନୂଆଦିଲ୍ଲୀ: ଆଜି ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ହେବାକୁ ଥିବା ପରେଡ୍‌ ପାଇଁ ରାଜଧାନୀ ଦିଲ୍ଳୀଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ‌କିଛି ବି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଦିଲ୍ଳୀ ପୁଲିସ୍‌ର ଅନେକ ଦଳ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛନ୍ତି।

ସୁରକ୍ଷା ପାଇଁ ଦିଲ୍ଲୀରେ ୬୦୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ କର୍ତ୍ତବ୍ୟ ପାଥ୍‌ରେ ହେବାକୁ ଥିବା ସାଧାରଣତନ୍ତ୍ର ଉତ୍ସବରେ ୨୪ଟି ହେଲ୍‌ପ ଡେକ୍ସ ବି ରଖାଯାଇଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପ୍ରାୟ ୬୫,୦୦୦ ଲୋକ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବେ। ଆଜି ସକାଳ ୧୦.୩୦‌ରେ ଆରମ୍ଭ ହେବାକୁ ଥିବା ସାଧାରଣତନ୍ତ୍ର ଉତ୍ସବ ଦେଶର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତାର ଏକ ନିଆରା ମିଶ୍ରଣ ହେବ। ଯାହାକି ଦେଶରେ ବୃଦ୍ଧି ପାଉଥିବା ସ୍ବଦେଶୀ ଦକ୍ଷତା, ନାରୀ ଶକ୍ତି ଏବଂ ନୂତନ ଭାରତ ଅବିର୍ଭାବକୁ ଦର୍ଶାଇବ।

- Advertisement -

Leave A Reply

Your email address will not be published.