Take a fresh look at your lifestyle.

ପରାକ୍ରମ ଦିବସରେ ଦଧିସିଂହାର ନେତାଜୀ ମୂର୍ତୀସ୍ଥଳ ଅବହେଳିତ

0 14

Get real time updates directly on you device, subscribe now.

 

 

ଢେଙ୍କାନାଳ : ଓଡିଆ ପୁଅ ବିଶ୍ୱବିଦିତ ଜାତୀୟ ନେତା ରୂପେ ପରିଗଣିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ୍ଙ୍କ ଜନ୍ମସ୍ଥାନ କଟକ ସହରର କଲେଜ୍ ଛକରେ ରହିଛି ନେତାଜୀଙ୍କ ଅଶ୍ୱାରୋହୀ ଯୋଦ୍ଧା ରୂପେ ଏକ ଭବ୍ୟ ପ୍ରତିକୃତୀ । ଏହାକୁ ଦେଖି ଢେଙ୍କାନାଳ ଗଁଦିଆ ବ୍ଲକ୍ କାବେରା ପଞ୍ଚାୟତର ଦଧିସିଂହା ଗ୍ରାମ ଛକରେ ଶିଳ୍ପୀ ଗଙ୍ଗାଧର ରଣାଙ୍କ ଦ୍ୱାରା ନିର୍ମିତ ଓ ଗ୍ରାମବାସୀଙ୍କ ଦ୍ୱାରା ସ୍ଥାପିତ ହୋଇଛି ତଦନୁରୂପ ଏକ ପ୍ରତିକୃତୀ । ଏଭଳି ପ୍ରତିକୃତୀ ଜିଲାର ଅନ୍ୟତ୍ର ବିରଳ ।

ଗତବର୍ଷ ନେତାଜୀଙ୍କ ୧୨୫ତମ ଜୟନ୍ତୀ ଢେଙ୍କାନାଳ ଜିଲା ସକ୍ରୀୟ ନାଗରିକ ପରିଷଦ ଓ ଦଧିସିଂହା ଗ୍ରାମବାସୀଙ୍କ ମିଳିତ ସହଯୋଗରେ ପରାକ୍ରମ ଦିବସ ଭାବେ ପାଳନ କରାଯାଇଥିଲା ।

ଏଥିରେ ଢେଙ୍କାନାଳ ଉପଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧାରାଣୀ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ମୂର୍ତୀସ୍ଥଳର ସୌନ୍ଦର୍ଯ୍ୟକରଣ ଦାବୀ କରି ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଲିଖିତ ସ୍ମାରକପତ୍ର ନାଗରିକ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଥିଲା । ନିଜେ ଜିଲ୍ଲାପାଳ ଏହି ମୂର୍ତୀସ୍ଥଳକୁ ୨୦୨୨ ଫେବୃଆରୀ ୯ ତାରିଖରେ ପରିଦର୍ଶନ କରିଥିଲେ । ଏସବୁ ସତ୍ୱେ ଦୀର୍ଘ ୧ବର୍ଷ ବିତିଗଲା ପରେ ବି ଚଳିତ ନେତାଜୀ ଜୟନ୍ତୀରେ ଏହି ସୁଦୃଶ୍ୟ ନେତାଜୀ ମୂର୍ତୀସ୍ଥଳର କୌଣସି ପ୍ରକାର ସୌନ୍ଦର୍ଯ୍ୟକରଣ ହୋଇପାରିଲା ନାହିଁ ।

ଏତେବଡ ଅନ୍ତର୍ଜାତୀୟ ନେତା ଭାରତୀୟ ଯୁବ ମାନସର ପ୍ରତୀକ ନେତାଜୀ ସୁବାଷ ବୋଷଙ୍କ ପ୍ରତି ଏହାକ କ’ଣ ଆମର ସମ୍ମାନ ? ନେତାଜୀଙ୍କ ଏହି ପ୍ରତିକୃତୀକୁ ତକ୍ରାଳୀନ କେନ୍ଦ୍ରମନ୍ତ୍ରୀ କାମାକ୍ଷା ପ୍ରସାଦ ସିଂହଦେଓ ୨୦୦୨ ମସିହା ଜାନୁଆରୀ ୧୬ ତାରିଖରେ ଲୋକାର୍ପିତ କରିଥିଲେ ।

 ନେତାଜୀ ଜୟନ୍ତୀ ଅବସରରେ ଗ୍ରାମର ସମାଜସେବୀ ଲମ୍ବୋଦର ପରିଡାଙ୍କ ଅଧ୍ୟକ୍ଷତାରେ ଗ୍ରାମର ଛାତ୍ରଛାତ୍ରୀଙ୍କୁ ନେଇ ନେତାଜୀଙ୍କ ଜନ୍ମଦିନ ଧୂମ୍ଧାମ୍ରେ ପାଳନ କରାଯାଇଥିବାବେଳେ ମୂର୍ତୀ ସ୍ଥଳର କୌଣସି ସୌନ୍ଦର୍ଯ୍ୟକରଣ ପ୍ରଶାସନ ପକ୍ଷରୁ କରାଯାଇନଥିବାରୁ କ୍ଷୋଭପ୍ରକାଶ ପାଇଥିଲା । ସକ୍ରିୟ ନାଗରିକ ପରିଷଦର ସଭାପତି ପ୍ରଦୁ୍ୟମ୍ନ ରଥ ମଧ୍ୟ ଏଥିନେଇ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.