Take a fresh look at your lifestyle.

ଛୁଆହାତୀର ମୃତଦେହ ଉଦ୍ଧାର

0 12

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ସଦର ବନାଞ୍ଚଳ ମହୁଲପଡା ଜଙ୍ଗଲ ମଧ୍ୟରୁ ଏକ ଛୁଆହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ହାତୀ ମୃତ୍ୟୁର କାରଣ ଜଣାପଡିନଥିବାବେଳେ ହାତୀମୃତ୍ୟୁ ସ୍ଥଳରେ ଦଳବଦ୍ଧ ହୋଇ ଅନ୍ୟ ହାତୀ ଜଗି ରହିଥିବାରୁ ବନବିଭାଗ ସେଠାରେ ପହଞ୍ଚି ପାରନଥିବା ଜଣାପଡିଛି ।

ମହୁଲପଡା ଜଙ୍ଗଲ ମଧ୍ୟରେ ଥିବା ଏକ ପୋଖରୀ କୂଳରେ ଛୁଆହାତୀଟି ମରିପଡିଥିବା ଜଙ୍ଗଲ ମଧ୍ୟକୁ ଯାଇଥିବା ଲୋକମାନେ ବନବିଭାଗକୁ ଖବର ଦେଇଥିଲେ ।

ଖବରପାଇ ବନବିଭାଗ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ହାତୀର ବୟସ ଏକବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି । ଏ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.