Take a fresh look at your lifestyle.

ପ୍ରତୀକ ମେମୋରିଆଲ ଫୁଟବଲ୍ କପ ମ୍ୟାଚ : ୪-୨ ଗୋଲରେ ଚମ୍ପିୟାନ ହେଲା ଭୁବନେଶ୍ୱର ସଂଘର୍ଷ ଦଳ

0 50

ଢେଙ୍କାନାଳ:ଢେଙ୍କାନାଳ ସହରର ଯୁବ ଉଦୀୟମାନ ଫୁଟବଲ ଖେଳାଳୀ ପ୍ରତିକ ପଟ୍ଟନାୟକଙ୍କ ସ୍ମୃତିରେ ପ୍ରତୀକ ମେମୋରିଆଲ ଫୁଟବଲ ମ୍ୟାଚ ଢେଙ୍କାନାଳ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ମ୍ୟାଚ କଟକର ବିଡାନାସୀ ଓ ଭୁବନେଶ୍ୱରର ସଂଘର୍ଷଙ୍କ ମଧ୍ୟରେ ହୋଇଥିବା ବେଳେ ଉଭୟ ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଗୋଲ ସ୍କୋର କରିନପାରି ମ୍ୟାଚକୁ ଅମିଂମାସିତ ରଖିଥିଲେ ।

ଫଳରେ ଟ୍ରାଇବ୍ରେକର ଜରିଆରେ ଭୁବନେଶ୍ୱରର ସଂଘର୍ଷ ଦଳ୪-୨ ଗୋଲଦେଇ କଟକ ବିଡାନାସୀ ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇ ୧୫ ହଜାର ଟଙ୍କା ଓ ଟ୍ରଫି ହାସଲ କରିଥିଲେ ।

ଏହି ଫୁଟବଲ କପରେ ସିନର୍ଜି ଇନଷ୍ଟିଚୁ୍ୟଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜର ପ୍ରତିଷ୍ଠାତା ବିନୋଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଦଳକୁ ପୁରସ୍କୃତ କରିଥିବା ବେଳେ ବିଶିଷ୍ଟ ସମାଜସେବୀ ଦେବବ୍ରତ ପଟ୍ଟନାୟ ରନର୍ସ ଅଫ ଦଳକୁ ୧୦ ହଜାର ଟଙ୍କା ପୁରସ୍କୃତ କରିଥିଲେ ।

ଢେଙ୍କାନାଳ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆୟୋଜିତ ଏହି ମ୍ୟାଚରେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ନଳିନୀ କୁମାର ଦାଶ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର ମହାନ୍ତି,ସଞ୍ଜୟ କୁମାର ଭଞ୍ଜ, ମନୋଜ ପଟ୍ଟନାୟକ, ବିଶ୍ୱଜିତ ପଟ୍ଟନାୟକ(ଛନ ଭାଇ), ରଂଜିତ ପଟ୍ଟନାୟକ ,ସୌମେନ୍ଦ୍ର ପଟ୍ଟନାୟକ, ଶିବରମନ ପଟ୍ଟନାୟକ ,ନିତୀଶ ସରକାର, ପ୍ରଫେସର ପିସି ରଂଜନ ସାହୁ, ଅବସର ପ୍ରାପ୍ତ ମୁଖ୍ୟ ଶାସନ ସଚିତ ଉତରପ୍ରଦେଶ ପ୍ରଦୀପ କୁମାର ମହାନ୍ତି, ସରୋଜ ପାଢି ପ୍ରମୁଖ ପରିଚାଳନା କରିଥିଲେ ।

ଏହି ଫୁଟବଲ ମ୍ୟାଚକୁ ରେଫରୀ ଅନିଲ କୁମାର ନନ୍ଦ ପରିଚାଳନା କରିଥିବା ବେଳେ ଲାଇନ୍ସ ମ୍ୟାନ ଭାବେ ପ୍ରକାଶ ସ୍ୱାଇଁ ଓ ପନସନ୍ ବରାଳ,ସହଯୋଗ କରିଥିଲେ ।ମ୍ୟାଚ କମିଶନର ଭାବେ ମାୟାଧର ସାହୁ ସହଯୋଗ କରିଥିଲେ ।

- Advertisement -

Leave A Reply

Your email address will not be published.