Take a fresh look at your lifestyle.

ଢେଙ୍କାନାଳ ମକୁଟ ବିହୀନ ସମ୍ରାଟ ଥିଲେ ଡଃ. ବିଧାନ ମିଶ୍ର

0 43

Get real time updates directly on you device, subscribe now.

ଢେଙ୍କାନାଳ: ବିଶିଷ୍ଟ ସଂଗଠକ, ବାଗ୍ମୀ, ଲେଖକ, ଆଇନ୍ଜୀବୀ ଓ ସାହିତି୍ୟକ ସ୍ୱର୍ଗତ ଡଃ. ବିଧାନ ଚନ୍ଦ୍ର ମିଶ୍ରଙ୍କ ପଂଚମ ଶ୍ରାଦ୍ଧବାର୍ଷିକୀ ଅବସରରେ ଦକ୍ଷିଣକାଳୀ ମାର୍ଗସ୍ଥିତ ରତ୍ନ ମଣ୍ଡପରେ ଆଜି ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ କବି ଓ ଲେଖକ ପଣ୍ଡିତ ମନୋରଞ୍ଜନ ନନ୍ଦଙ୍କ ବିୟୋଗରେ ୧ ମିନିଟ୍ ନୀରବ ପ୍ରାର୍ଥନା ହୋଇଥିଲା ।

ବିଶିଷ୍ଟ ସମବାୟବିତ୍ ତଥା ସମୀକ୍ଷକ ସୁକାନ୍ତ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ମୁଖ୍ୟ ଅତିଥି ରୂପେ ଢେଙ୍କାନାଳ ଜିଲ୍ଲାପରିଷଦର ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତି ଚାରଣ କରି କହିଥିଲେ ଯେ, ଡଃ ମିଶ୍ର ଜଣେ ସାଲିସ୍ ବିହିନ ନେତା ଥିଲେ । ସ୍ପଷ୍ଟବାଦିତା ତାଙ୍କର ଧର୍ମ ଥିଲା । ମକୁଟ ବିହୀନ ସମ୍ରାଟ ଭାବରେ ଢେଙ୍କାନାଳ ଜିଲ୍ଲାର ସ୍ୱାର୍ଥ ପାଇଁ ସେ ଲଢେଇରେ ସବୁବେଳେ ଆଗରେ ରହୁଥିଲେ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମସ୍ତେ କାର୍ଯ୍ୟ କଲେ ତାହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପୌରପରିଷଦର ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ମିଳିତ ବଜାର ଲକ୍ଷ୍ମୀପୂଜା କମିଟି ସଭାପତି ଆଡଭୋକେଟ୍ ଗୋପାଳ ଚନ୍ଦ୍ର ପାତ୍ର, ଅବସରପ୍ରାପ୍ତ ଅତିରିକ୍ତ ଶାସନସଚିବ ବିଶ୍ୱନାଥ ବେହେରା, ଶିଳ୍ପି ଗୁରୁଶ୍ରୀ ପରେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସ୍ୱର୍ଗତ ବିଧାନ ଚନ୍ଦ୍ର ମିଶ୍ର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ରହିଥିଲେ । ଢେଙ୍କାନାଳ ଜିଲ୍ଲାର ସଂସ୍କୃତି, ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଜି ତାଙ୍କ ଆବର୍ତମାନରେ ଜିଲ୍ଲା ତାଙ୍କୁ ଝୁରୁଛି ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି ।

ସେହିପରି ନିଜ ଗବେଷଣା ମାଧ୍ୟମରେ ସେ କବି ବ୍ରଜନାଥ ବଡଜେନାଙ୍କୁ ଢେଙ୍କାନାଳ ମାଟିର ବରପୁତ୍ର ବୋଲି ପ୍ରମାଣିତ କରିଥିଲେ । ତାଙ୍କ ନାମରେ ଢେଙ୍କାନାଳର ଏକ ରାସ୍ତାକୁ ନାମିତ କରାଯିବା ପାଇଁ ବକ୍ତାମାନେ ପ୍ରସ୍ତାବ ରଖିଥିଲେ । କାର୍ଯ୍ୟକ୍ରମକୁ କବି ଅଥୟ କୁମାର ସାହୁ ପରିଚାଳନା କରିଥିବାବେଳେ ହାସ୍ୟ ଅଭିନେତା ଅରବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବରିଷ୍ଠ ସାମ୍ବାଦିକ ରତନ ନାୟାର, ସାନ୍ଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସମୀର ସାହୁ, କଂଗ୍ରେସ୍ ନେତା ପ୍ରେମ୍ ଶଙ୍କର ମିଶ୍ର, ପୂର୍ବତନ କାଉନ୍ସିଲର ଜ୍ଞାନଚାନ୍ଦ ମିଶ୍ର ନିଜ ବକ୍ତବ୍ୟ ମାଧ୍ୟମରେ ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ମିଶ୍ରଙ୍କ ସୁପୁତ୍ର ଦେବକାନ୍ତ ମିଶ୍ର, ନାତି ଅଂଶୁମାନ ଭରଦ୍ୱାଜ, ଇଶାନ୍ ଭରଦ୍ୱାଜ, ସ୍ୱର୍ଗତ ମିଶ୍ରଙ୍କ ସହଧର୍ମିଣୀ ଶକୁନ୍ତଳା ମିଶ୍ର ଲେଖିଥିବା ଏକ କବିତାକୁ ଗୀତ ମାଧ୍ୟମରେ ପରିବେଷଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଜଙ୍ଗଲ ଓ ପରିବେଶର ଉପଦେଷ୍ଟା ଦେବୀ ପ୍ରସାଦ ଭୁତିଆ, ରକ୍ତଚାବୁକ୍ ର ସଂପାଦକ ଗଗନ ବିହାରୀ ପଣ୍ଡା, କାଉନ୍ସିଲର ଅଭିମନୁ୍ୟ ପଣ୍ଡା, ଶୁଭଲକ୍ଷ୍ମୀ ସାହୁ, ସସ୍ମିତା ଭଞ୍ଜ, ଦୀପ୍ତିରଞ୍ଜନ ସେଠୀ, ମହମ୍ମଦ ସାଗିର୍, ବିଧାୟକଙ୍କ ପୌର ପ୍ରତିନିଧି ଅଜୟ କୁମାର ଭଞ୍ଜ, ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ସାଇଶ୍ରୀ ପଟ୍ଟନାୟକ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଶୁଭପ୍ରସାଦ ପଣ୍ଡା, ଜିଲ୍ଲା ମହିଳା ବିଜେଡି ଉପସଭାନେତ୍ରୀ ଉର୍ବସୀ ମହାପାତ୍ର, ଟାଉନ୍ ଯୁବ ବିଜେଡି ସଭାପତି ବ୍ରହ୍ମାନନ୍ଦ ସାହୁ, ନାଟ୍ୟକାର ଦିନେଶ ଦାସ, ଯୁବନେତା ଶ୍ରୀକାନ୍ତ ଧଳ, ରଞ୍ଜନ ନାୟକ, ଦେବୀ ଶଙ୍କର ଶର୍ମା, ଆଡଭୋକେଟ୍ ଶିବସାଇ ମହାପାତ୍ର, ଜିଲ୍ଲା ଓକିଲ ସଂଘ ସଂପାଦକ ଟଙ୍କଧର ବେହେରା, ପ୍ରଶାନ୍ତ ନାୟକ, ପୂର୍ବତନ ନଗରପାଳ ନବୀନ ଦଳେଇ, ସାମ୍ବାଦିକ ବିନୋଦ ମହାନ୍ତି, ପ୍ରଫୁଲ୍ଲ ମହାନ୍ତି, ପ୍ରାର୍ଥ ସାରଥୀ ଦତ, ମନୋଜ ସିଂ, ସୁରେଶ ମିଶ୍ର, ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ମିଶ୍ରଙ୍କ ସୁପୁତ୍ର ଦେବାଶିଷ ମିଶ୍ର ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.