Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ

0 27

Get real time updates directly on you device, subscribe now.

ଢେଙ୍କାନାଳ : ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଦୁଇ ଦିନ ଧରି +୨ ପ୍ରଥମ ବର୍ଷର କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଛାତ୍ରଛାତ୍ରୀ ମାନଙ୍କୁ କଲେଜ ପରିସରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ତଥା ମାର୍ଗ ଦର୍ଶନ କାର୍ଯ୍ୟକ୍ରମ କଲେଜର ଅଧ୍ୟକ୍ଷଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି କାର୍ଯ୍ୟକ୍ରମକୁ ଅର୍ଥନୀତି ବିଭାଗର ମୁଖ୍ୟ ଶ୍ରୀମତୀ ସଂଯୁକ୍ତ ଜେନା ସଂଯୋଜନା କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଆନୁଷ୍ଠାନିକ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାମ୍ପନ କରିଥିଲେ । ରସାୟନ ବିଭାଗର ମୁଖ୍ୟ ତଥା କଲେଜର ପ୍ରଶାସନିକ ଅଧିକାରୀ ଡକ୍ଟର ରତ୍ନାକର ଦାସ ଛାତ୍ରଛାତ୍ରୀ ମାନଙ୍କର ବିଭିନ୍ନ ପାଠ୍ୟକ୍ରମ ପରୀକ୍ଷା ସମ୍ପର୍କୀୟ ସୂଚନା ଇତ୍ୟାଦି ଅବଗତ କରାଇଥିଲେ ।

ସମାଜ ବିଜ୍ଞାନ ବିଭାଗର ବିଭାଗିୟ ମୁଖ୍ୟ ତଥା Accounts Bursar ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ ମହାବିଦ୍ୟାଳୟର ନୀତି ନିୟମ, ବୃତ୍ତି, ଶୃଙ୍ଖଳା ତଥା ragging ସମ୍ପର୍କୀୟ ସମସ୍ତ ସୂଚନା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରିଥିଲେ ।

ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସ୍ଵାଇଁ ଛାତ୍ରଛାତ୍ରୀ ମାନଙ୍କର +୨ ପରେ career ସମ୍ପର୍କୀୟ ବିଷଦ ବିବରଣୀ ପ୍ରଦାନ କରିଥିଲେ । ବାଣିଜ୍ୟ ବିଭାଗର ମୁଖ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାମଲ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ସମ୍ପର୍କୀୟ ଆଲୋଚନା ଓ ଅଧ୍ୟାପକ ଶ୍ରୀଯୁକ୍ତ ରଞ୍ଜନ କୁମାର ମହାପାତ୍ର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଵଳ ଭବିଷ୍ୟତ କାମନା କରିବା ସହିତ ଶୃଙ୍ଖଳିତ ହେବବା ପାଇଁ ପରାମର୍ଶ ଦେଇଥିଲେ ।

ଅଧ୍ୟାପିକା ଲକ୍ଷ୍ମୀପ୍ରିୟା ନାୟକ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ପ୍ରଜେଶ ଜେନା, ମହେଶ ପ୍ରସାଦ ବେହେରା, ଡକ୍ଟର ଶିବଶଙ୍କର, ଅଧ୍ୟାପିକା ମଧୁସ୍ମିତା ପଣ୍ଡା ସହକର୍ମୀ ସୁବ୍ରତ ଦେହୁରି, ଜୟନ୍ତ କୁମାର ନାୟକ, ଅମିୟ ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.