Take a fresh look at your lifestyle.

ଶିକ୍ଷା କ୍ଷେତ୍ରରେ ଶତୃଘ୍ନ ଭୂତିଆଙ୍କ ଶିକ୍ଷାଦାନ ଛାତ୍ର ସମାଜ ପାଇଁ ପ୍ରେରଣା-ସାଂସଦ

0 7
ଢେଙ୍କାନାଳ  : ଢେଙ୍କାନାଳ କଲ୍ୟାଣ ମଣ୍ଡପ ଠାରେ ଲେଖକ ସଂସଦ ସଭାପତି ଭିକାରୀ ଚରଣ ରାଉତଙ୍କ ସଭାପତିତ୍ୱରେ ବିଶିଷ୍ଟ ଶିକ୍ଷାବିତ୍ ଶତୃଘ୍ନ ଭୂତିଆଙ୍କ ଏକାଦଶାହ ଦିବସରେ ଏକ ଶ୍ରଦ୍ଧାଞ୍ଜଳି ସଭା କରାଯାଇ ତାଙ୍କର ଅମର ଆତ୍ମାର ସଦ୍ଗତି ପାଇଁ କାମନା କରାଯାଇଥିଲା ।
ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଢେଙ୍କାନାଳ ସାଂସଦ ମହେଶ ସାହୁ, ମୁଖ୍ୟବକ୍ତା ପ୍ରଫେସର ଧନେଶ୍ୱର ସାହୁ, ପ୍ରଫେସର ଡଃ ଭବାନୀ ଶଙ୍କର ମିଶ୍ର, ନିରଞ୍ଜନ ମିଶ୍ର, କାଉନ୍ସିଲର ଅଭିମନୁ୍ୟ ପଣ୍ଡା, ଦୀପ୍ତିଶ ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଂଚାସୀନ ହୋଇ ତାଙ୍କର ଗୁଣାବଳୀ ବର୍ଣ୍ଣନା କରିଥିଲେ ।
 ସେ ଜଣେ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ଓ ଶିକ୍ଷାବିତ୍ ଶତୃଘ୍ନ ନାଥ ପୁରସ୍କାର ପ୍ରାପ୍ତ ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ । ସେ ଜଣେ ବହୁମୁଖୀ ପ୍ରତିଭାର ପ୍ରତୀକ ଥିଲେ । ସ୍ୱର୍ଗତ ଭୂତିଆ ଢେଙ୍କାନାଳ ଲେଖକ ସଂସଦର ସଭାପତି, ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ପ୍ରତିଷ୍ଠାତା,  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଭାପତି, ବ୍ରଜନାଥ ବଡ ଜେନା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ଥାଇ ବହୁବିଧ ଉନ୍ନତି କରିଥିବା କଥା ବର୍ଣ୍ଣନା କରିଥିଲେ ।
ସେ ଜଣେ ଯଶସ୍ୱୀ ପୁରୁଷ ଥିଲେ, ସେ କେବେ ପ୍ରଶଂସା କିମ୍ବା ପ୍ରତିଷ୍ଠା ପଛରେ ଗୋଡାଇ ନଥିଲେ । ଜଣେ ନିଷ୍ଠାପର କର୍ମଜୀବୀ ଓ ଉଦାରବାଦୀ ମଣିଷ ଭାବେ ଢେଙ୍କାନାଳରେ ସର୍ବଜନ ବିଦିତ ଥିଲେ । ସେ ତାଙ୍କ ଜୀବ ଦଶାରେ ୧୦ଖଣ୍ଡ ପୁସ୍ତକ ରଚନା କରିଥିଲେ । ଉକ୍ରୃଷ୍ଟ ଚିନ୍ତାଧାର ସଂପନ୍ନ ମଣିଷ ଭାବରେ ଅନାବୃତିକୁ ଆକୃତି ଅଦୃଶ୍ୟ ଦୃଶ୍ୟ ଦେବାର ଜଣେ ନିଆରା କାରିଗର ଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଲେଖକ ସଂସଦର ସଂପାଦକ ବସନ୍ତ କୁମାର ପଟ୍ଟନାୟକ ସଂଯୋଜନା କରିଥିବାବେଳେ ଅବନୀ କୁମାର ମିଶ୍ର, ଶରତ ମିଶ୍ର (ଭରଦ୍ୱାଜ), ସାରଙ୍ଗଧର ମିଶ୍ର, ପରେଶ ପଟ୍ଟନାୟକ, ଡାକ୍ତର ସାହୁ, ବୈଜୟନ୍ତୀ ପଟ୍ଟନାୟକ, ହୃଦାନନ୍ଦ ଦ୍ୱିବେଦୀ, ଜ୍ୟୋତ୍ସ୍ନାମୟୀ ବେହେରା, ସତ୍ୟଜିତ୍ ଭୂତିଆ, ଶିବପ୍ରସାଦ ଯାଦବ, ଭାଗିରଥି ବେହେରା ଓ ତାଙ୍କ ଝିଅ ନାତୁଣୀମାନେ ନିଜ ନିଜର ଅଙ୍ଗେ ଲିଭା କାହାଣୀ ବର୍ଣ୍ଣନା କରିଥିଲେ ।

- Advertisement -

Leave A Reply

Your email address will not be published.