Take a fresh look at your lifestyle.

କାଉନସିଲର ଗିରିଧାରୀ ସାହୁଙ୍କୁ ସମ୍ବର୍ଦ୍ଧନା

0 57

ଭୁବନ : ଭୁବନ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଓଡିଆ ନବବର୍ଷ ଓ ବିଶୁବମିଳନ ଅବସରରେ ପୂର୍ବତନ ନଗରପାଳ ନନ୍ଦକିଶୋର ସାହୁ ଙ୍କ ଦ୍ୱାରା କାଉନସିଲର ଗିରିଧାରୀ ସାହୁଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ସଂଘ ସଭାପତି ଶ୍ରୀଧର ବେହେରା , ସଂପାଦକ ମାଧବାନନ୍ଦ ସାହୁ, ବିଦ୍ୟାଧର ବିହାରୀ ,ବେଣୁଧର ଗୁରୁ, ଚିତରଂଜନ ସାହୁ,ମାୟାଧର ମିଶ୍ର,ରଘୁନାଥ ବେହେରା, ମନମୋହନ ସାହୁ, ରାଜକିଶୋର ମିଶ୍ର, ପ୍ରଭାତ କଅଁର, ବାସୁଦେବ ଗୁରୁ ପ୍ରମୁଖ ଉପସ୍ଥିତ ରହି ଓଡିଆ ସଂସ୍କୃତି, ପରମ୍ପରାକୁ ବଂଚାରଖିବାକୁ ପ୍ରୟାସ କରାଯିବାକୁ ମତବ୍ୟକ୍ତ କରିବା ସହ ଭୁବନର ବିକାଶ ଦିଗରେ ନଗରର ମୁରବୀ ଭାବେ ବରିଷ୍ଠ ନାଗରିକ ସଂଘ ତତ୍ପରତାର ସହକାର୍ଯ୍ୟ କରିବ ବୋଲି ଘୋଷଣା କରାଯାଇଥିଲା ।

- Advertisement -

Leave A Reply

Your email address will not be published.