Take a fresh look at your lifestyle.

ନଗରପାଳ ଙ୍କ ପରିମଳ ବ୍ୟବସ୍ଥାର ସମୀକ୍ଷା ବୈଠକ

0 18

Get real time updates directly on you device, subscribe now.

ଭୁବନ : ଭୁବନ ଏନଏସି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଗତ ମାସ ୩୦ ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ କିନ୍ତୁ ପୌରାଧ୍ୟକ୍ଷ ଙ୍କ ପ୍ରକୋଷ୍ଠ କାର୍ଯ୍ୟ ଶେଷ ହୋଇନଥିବାରୁ ଆସନ ଅଧିଗ୍ରହଣ କରିନଥିଲେ । ଗତକାଲି ପୂର୍ବାହ୍ନରେ ପୌରାଧ୍ୟକ୍ଷ ଙ୍କ ଅଫିସ ପ୍ରକୋଷ୍ଠରେ ପୂଜାର୍ଚ୍ଚନା ହୋଇଥିଲା ଓ ନଗରପାଳ ଶୁଭେନ୍ଦୁ ସାହୁ ନିଜେ କର୍ତା ସାଜିଥିଲେ ।

ପୂଜା ଶେଷରେ ଆନୁଷ୍ଠାନିକ ଭାବେ ଆସନ ଅଧିଗ୍ରହଣ କରିଥିଲେ । ଏନଏସି ନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ କର୍ମଚାରୀ, ଦଳୀୟ କର୍ମୀ ,ଶୁଭେଚ୍ଛୁ ନଗରପାଳ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପରେ କାଉନସିଲ ମିଟିଂ ହଲରେ ନଗରପାଳ ଶୁଭେନ୍ଦୁ ସାହୁ ଙ୍କ ଅଧ୍ୟକ୍ଷତାରେ ପରିମଳ ବ୍ୟବସ୍ଥାରେ ସୁଦାର ଆଣିବା ସକାଶେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ, ପରିମଳ ଦାୟିତ୍ୱ ଠିକା ନେଇଥିବା ‘ନିପ୍ସ’ ର ନିଦେ୍ର୍ଦଶକ ପରମେଶ୍ୱର ଦାଶ ପରିମଳ ବ୍ୟବସ୍ଥାରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ପରିଚୟ ପ୍ରଦାନ କରିବା ସହ ସମସ୍ୟା ସଂପର୍କରେ ଜଣାଇଥିଲେ । ପରିବେଶ କୁ ସୁନ୍ଦର କରିବା ଆପଣମାନଙ୍କର ଦାୟିତ୍ୱ ,ଆପଣମାନେ ସମ୍ମାନ ର ସହ କାର୍ଯ୍ୟ କରନ୍ତୁ ବୋଲି ନଗରପାଳ ଶ୍ରୀଯୁକ୍ତ ସାହୁ ପରାମର୍ଶ ଦେବା ସହ ସମ୍ମାନୀତ କରିଥିଲେ । ଏହି ବୈଠକରେ ପରିମଳ କର୍ମଚାରୀ ଙ୍କ ସହିତ ସ୍ୱଚ୍ଛସାଥୀ , ସୁପରଭାଇଜର ମାନେ ଯୋଗଦେଇଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.