Take a fresh look at your lifestyle.

‘ବାଣୀ ସାହିତ୍ୟ ସଂସଦ’ ତରଫରୁ ବିଶୁବ ମିଳନ

0 11

Get real time updates directly on you device, subscribe now.

ଭୁବନ : ଭୁବନର ସର୍ବପୁରାତନ ତଥା ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ‘ବାଣୀ ସାହିତ୍ୟ ସଂସଦ’ ତରଫରୁ ରଘୁନାଥ ଭବନ ଠାରେ ଆଜି ସଂଧ୍ୟାରେ ବିଶୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ଡଃ ସୁବାସ ନାୟକ, ଚିତ୍ରଶିଳ୍ପି ନାରାୟଣ ସାହୁ, କବି ଉଦ୍ଧବ ମହାପାତ୍ର,ଲଳିତ ବେହେରା , କବୟିତ୍ରୀ ଲଳିତା ନାୟକ , ବିଳାସିନୀ ପୃଷ୍ଟି, ଲେଖିକା ତୁଳସୀ ସାହୁ ପ୍ରମୁଖ ଯୋଗଦେଇସ୍ୱରଚିତ କବିତା ପାଠୋସôବ କରି ଓଡିଆ ନବ ବର୍ଷକୁ ସ୍ୱାଗତ ଜଣାଇଥିଲେ ।

ଏହି ଅବସରରେ କବୟିତ୍ରୀ ବିଳାସିନୀ ପୃଷ୍ଟି ଙ୍କ ଦ୍ୱାରା ରଚିତ ପୁସ୍ତକ ‘ବିଳାସିନୀ କବିତା ତରଙ୍ଗ’ କୁ ଉଦଘାଟନ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଂପାଦିକା ବାସନ୍ତୀ କୁମାରୀ ମିଶ୍ର ସମସ୍ତଙ୍କୁ ବେଲପଣାରେ ଆପ୍ୟାୟିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.