Take a fresh look at your lifestyle.

‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

0 14

Get real time updates directly on you device, subscribe now.

ଭୁବନ : ଆସନ୍ତା ଅପ୍ରେଲ ୧୭ ତାରିଖ ରବିବାର ମହାନ ଜନନାୟକ, ବିଶିଷ୍ଟ ରଷ୍ଟ୍ରନୀତିଜ୍ଞ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦେ୍ଧାସôବ ରେ ବିଜୁଜନତା ଦଳ ତରଫରୁ ‘ଜୀବନ ବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏଥି ନିମନ୍ତେ  ବିଷ୍ଣୁପ୍ରିୟା ଗାଲାକ୍ସି ପରିସରରେ ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ନଗରପାଳ ଶୁଭେନ୍ଦୁସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଉପସ୍ଥିତ ରହି ସକାଳ ୬.୩୦ ରେ ବୁଦ୍ଧେଶ୍ୱର ମନ୍ଦିର ନିକଟରେ ତିଳତର୍ପଣ , ୭.୩୦ ରେ ପ୍ରଭାତଫେରି ଓ ସାମୁହିକ ସଫେଇ ଅଭିଯାନ, ୮.୩୦ ରେ ବିଜୁବାବୁ ଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତିସଭା ଅନୁଷ୍ଠିତ ହେବା ପରେ ଦିବା ୧୦ ଘଟିକା ସମୟରେ ବାଜିରାଉତ କଲ୍ୟାଣ ମଣ୍ଡପଠାରେ‘ଜୀବନ ବିନ୍ଦୁ ରକ୍ତଦାନ ଶିବିର ଏବଂ ସଂଧ୍ୟାରେ ନୂଆଭୁବନ ଶିବମନ୍ଦିରରେ ଦୀପଦାନ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ । ଏଥିରେ ବହୁ ସଂଖ୍ୟାରେ ଉତ୍ସାହୀ   ଯୁବକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବାକ ନିବେଦନ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.