Take a fresh look at your lifestyle.

ଢେଙ୍କାନାଳ କଲେଜ୍ ପୁରାତନ ଛାତ୍ର ସଂସଦ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

0 14

Get real time updates directly on you device, subscribe now.

ଢେଙ୍କାନାଳ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଢେଙ୍କାନାଳ ଗସ୍ତ ଅବସରରେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଆଲ୍ମୁନି ଆସୋସିଏସନ୍ ବା ପୁରାତନ ଛାତ୍ର ସଂସଦ ପକ୍ଷରୁ ମହାବିଦ୍ୟାଳୟ ସମ୍ମୁଖରେ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ତୁରନ୍ତ ଓଡିଆ ଓ ଇଂରାଜୀ ଭାଷାରେ ସ୍ନାତୋକତର ଶ୍ରେଣୀ ଖୋଲିବା ଦିଗରେ ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କର ପ୍ରଭାବ ପ୍ରୟୋଗ କରନ୍ତୁ ବୋଲି ପୁରାତନ ଛାତ୍ର ସଂସଦ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହାର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଏକ ଉନ୍ନତ ମହାବିଦ୍ୟାଳୟରେ ଗଢି ତୋଳିବା ନିମନ୍ତେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ମନ୍ତ୍ରୀ ଶ୍ରୀ ପ୍ରଧାନ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଉପସ୍ଥିତ ଆଲ୍ମୁନି ଆସୋସିଏସନ୍ କର୍ମକର୍ତାଙ୍କ ସହିତ ଫଟୋ ଉଠାଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ସଂସଦର ସଭାପତି ଡା. ଅଭୟ ପଣ୍ଡା, ଉପସଭାପତି ସୁକାନ୍ତ ମିଶ୍ର, ବେଣୁଧର ସାହୁ, ସାଧାରଣ ସଂପାଦକ ବିଶ୍ୱନାଥ ବେହେରା, ସଂପାଦକ ରତନ ନାୟକ, ମନୋଜ ଅଗ୍ରୱାଲ୍ ଏବଂ ସଂଜିତ୍ ସାହୁ, ବରିଷ୍ଠ ଉପଦେଷ୍ଟା ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଓ ପ୍ରଦୁ୍ୟମ୍ନ ରଥ, ଅଧ୍ୟାପକ ସମ୍ବିତ୍ ସାହୁ ଏବଂ ଦୀପକ ପ୍ରସାଦ ପଟ୍ଟନାୟକଙ୍କ ସମେତ ମହାବିଦ୍ୟାଳୟରେ କେତେକ ଅଧ୍ୟାପକ, କର୍ମଚାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.