Take a fresh look at your lifestyle.

ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଅନୁଭୂତି ଶୁଣିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ର କଳ୍ପନା ଉପରେ ଚର୍ଚ୍ଚା ଆଲୋଚନା କରିବାକୁ ପରାମର୍ଶ  ଆଇଟିଆଇ ଛାତ୍ରଛାତ୍ରୀଙ୍କୁ ଉଦ୍ୟମୀ ହେବାକୁ ପ୍ରୋତ୍ସାହିତ କଲେ

0 12

Get real time updates directly on you device, subscribe now.

ଢ଼େଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ବନମାଳିପ୍ରସାଦ ସ୍ଥିତ ଢ଼େଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ବରପଦା ସ୍ଥିତ ସରକାରୀ ଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ(ଆଇଟିଆଇ)କୁ ପରିଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରଥମେ ଢ଼େଙ୍କାନାଳ କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀଗୃହ, ପାଠାଗାର ଓ ଖେଳ ପଡିଆ ପରିଦର୍ଶନ କରିବା ପରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କ ଅନୁଭୂତି ପଚାରି ବୁଝିଥିଲେ ।

ଏହି ଆଲୋଚନା କାଳରେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଜାତୀୟ ଶିକ୍ଷା ନୀତିରେ ଆଂଚଳିକ ଭାଷାକୁ ପ୍ରଧାନ୍ୟ ଦିଆଯାଉଛି । ଏହା ଦ୍ୱାରା ଯୁବପିଢ଼ିଙ୍କ ବୌଦ୍ଧିକ କ୍ଷମତା ବିକାଶ ହେବା ସଙ୍ଗେ ସଙ୍ଗେ ବୈଶ୍ୱିକ ନାଗରିକ ହେବା ପାଇଁ ସମର୍ଥ ହେବେ । ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହୋରଣ କ୍ଷମତାରେ ମଧ୍ୟ ବୃଦ୍ଧି ଘଟିବ ।

ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ମଧ୍ୟରେ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ର କଳ୍ପନା ଉପରେ ଚର୍ଚ୍ଚା ଆଲୋଚନା କରିବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହାସହ ଗୁଣାତ୍ମକ ଶିକ୍ଷା ସହ ବିଦ୍ୟାଳୟକୁ ଏକ ସ୍କିଲ ହବରେ ପରିଣତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ଶିକ୍ଷକ ମାନଙ୍କୁ କହିଥିଲେ ।

ସେହିପରି ବରପଦା ସ୍ଥିତ ସରକାରୀ ଆଇଟିଆଇ ଅନୁଷ୍ଠାନକୁ ବୁଲି ଦେଖିବା ସହ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଶିକ୍ଷାନୁଷ୍ଠାନର ୱାର୍କସପ, ଲ୍ୟାବ୍ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଟେକ୍ନୋଲୋଜିକୁ ସେ ଦେଖିଥିଲେ । ନୂଆପିଢ଼ିର ଯୁବକଙ୍କ ପାଇଁ ଦକ୍ଷତା ବିକାଶ ଏକ ରାଷ୍ଟ୍ରୀୟ ଆବଶ୍ୟକତା ଏବଂ ଆତ୍ମନିର୍ଭର ଭାରତର ବଡ଼ ଆଧାର ।

 ଛାତ୍ରଛାତ୍ରୀଙ୍କ ଉତମ ପ୍ରଶିକ୍ଷଣ ଦ୍ୱାରା ହିଁ ସେମାନଙ୍କ ଦକ୍ଷତା ବୃଦ୍ଧି ହେବା ସହ ସ୍ୱାବଲମ୍ବୀ ହୋଇପାରିବେ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ଗୁଣାତ୍ମକ ଶିକ୍ଷା ସହ ବୈଷୟିକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି ବୋଲି  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.