Take a fresh look at your lifestyle.

ମହିମା ମହାବିଦ୍ୟାଳୟରେ ଆଲୋଚନା ଚକ୍ର

0 15

Get real time updates directly on you device, subscribe now.

ଯୋରନ୍ଦା: ମହିମା ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଆନୁକୁଲ୍ୟରେ ଏକ ସମ୍ପାନ “LASER” (ଲେଜର) ସମ୍ଭନ୍ଧରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବା ସହିତ ତୃତୀୟ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ର ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ଆଦିକନ୍ଦ ମହାନ୍ତି ସମ୍ପାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ରତ୍ନାକର ଦାସ ଛାତ୍ରଛାତ୍ରୀ ମାନଙ୍କୁ ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । +୩ ଶେଷ ବର୍ଷର ଛାତ୍ରୀ ବୈଶାଖୀ ସାହୁ “ଲେଜର” ସମ୍ବନ୍ଧୀୟ ସନ୍ଧର୍ବ ପ୍ରୋଜେକ୍ଟର ମାଧ୍ୟମରେ ପାଠ କରିଥିଲେ ।

କର୍ମଚାରୀ ଦିଗମ୍ବର ନାୟକ, D.E.O, ଜୟନ୍ତ କୁମାର ନାୟକ ଓ ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ । ଶେଷରେ ବିଭାଗୀୟ ଡେମୋନଷ୍ଟ୍ରେଟର କ୍ଯାପଟେନ ପୂର୍ଣ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.