Take a fresh look at your lifestyle.

ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡିଲେ ବରିଷ୍ଠ ନାଗରିକ

0 12

Get real time updates directly on you device, subscribe now.

ଭୁବନ : ଭୁବନ ଏନଏସିରେ ୨୦୧୮ ପରଠାରୁ ଦୀର୍ଘ ସାଢେ ୩ ବର୍ଷ ହେଲା  ନିର୍ବାଚିତ କାଉନସିଲ ନଥିବା କାରଣରୁ ଅନେକ ସମସ୍ୟା ଉପୁଜିଛି । ସହରର ବିଭିନ୍ନ ସମସ୍ୟା ଓ ସମାଧାନ ପାଇଁ ଭୁବନର ବରିଷ୍ଠ ନାଗରିକ ସଂଘ ଅଣ୍ଟା ଭିଡି ଆଗକୁ ବାହାରିଛି । ଏଥର ନିମନ୍ତେ ସଂଘ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ସଭାପତି ଶ୍ରୀଧର ବେହେରା ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିଲା ।

ଏହି ବୈଠକରେ ମୁଖ୍ୟତଃ କାଳୀବଜାର ଦେଇ ଯାଇଥିବା ମୁଖ୍ୟ ରାସ୍ତାକୁ ଅବିଳମ୍ବେ ସ୍ଥାୟୀ ରାସ୍ତା ନିର୍ମାଣ, ସ୍ଥାୟୀ ପରିବା ମାର୍କେଟ ନିର୍ମାଣ ଓ ମାହାସୁଲ ଦର ନିର୍ଦ୍ଧାରଣ, ବସଷ୍ଟାଣ୍ଡ ନିର୍ମାଣ,କାଳିବଜାର , ନୂଆବଜାର ରେ ଜଳଛତ୍ର ସ୍ଥାପନ ଓ ଯାତ୍ରୀ ବିଶ୍ରାମଗାର ନିର୍ମାଣ, ଲୋକମାନଙ୍କର ସୁରକ୍ଷା ଓ ସୁବିଧା ପାଇଁ ରାତ୍ରୀକାଳୀନ ଚଳାଚଳ କରୁଥିବା ବସ ଗୁଡିକ ବାଇପାସ ପରିବର୍ତେ କାଳିବଜାର ଦେଇ ଯିବା ଆସିବା କରିବା ,ସମସ୍ତ ଶ୍ମଶାନଘାଟର ରକ୍ଷଣାବେକ୍ଷଣ ଓ ସହାୟକ ନିଯୁକ୍ତି ପାଇଁ ପ୍ରଶାସନ ନିକଟରେ ଦାବି କରାଯିବାକୁ ନିଷ୍ପତି ହୋଇଥିଲା ।

ଏହି ବୈଠକରେ ସଂଘ ସଂପାଦକ ମାଧବାନନ୍ଦ ସାହୁ ଙ୍କ ସମେତ ନନ୍ଦ କିଶୋର ସାହୁ, ବେଣୁଧର ଗୁରୁ,ବିଦ୍ୟାଧର ବିହାରୀ, ମନମୋହନ ସାହୁ, ଚିତ ରଂଜନ ସାହୁ, ପ୍ରଭାତ କଅଁର.ରଘୁନାଥ ବେହେରା, ରାଜ କିଶୋର ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.