Take a fresh look at your lifestyle.

ଦୁଇ ଶହ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଆପ୍ ର ଆନ୍ଦୋଳନ ପ୍ରସ୍ତୁତି

0 88

Get real time updates directly on you device, subscribe now.

ଢେଙ୍କାନାଳ : ଆମ ଆଦମୀ ପାର୍ଟି ଢେଙ୍କାନାଳ ଶାଖା ପକ୍ଷରୁ ଓଡ଼ିଶାରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଆନ୍ଦୋଳନକୁ ରୂପରେଖ ଦେବା ପାଇଁ ଏକ ପ୍ରସ୍ତୁତି ସଭା ଏବଂ ସାମ୍ବାଦିକ ସମ୍ମିଳନୀ କଚେରୀ ରୋଡ଼ ସ୍ଥିତ କାର୍ଯ୍ୟାଳୟ ଠାରେ  ଆୟୋଜନ ହୋଇଥିଲା l
ସଭା ପ୍ରାରମ୍ଭରେ ଜିଲ୍ଲା ଆବାହକ ଶ୍ରୀ ପଙ୍କଜ ନାୟକ ଜିଲ୍ଲାରେ ଆପ୍ ର ସଙ୍ଗଠନ ବିସ୍ତାର ଉପରେ ଆଲୋକପାତ କରିବା ସହିତ ଜିଲ୍ଲାରେ ବିଦ୍ୟୁତ ସରବରାହର ବାସ୍ତବିକ ସ୍ଥିତି ଏବଂ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପ୍ରଦାନର ଯୁକ୍ତିଯୁକ୍ତତା ଏବଂ ଓଡିଶା ପରିପ୍ରେକ୍ଷୀରେ ଏହାର ଉପାଦେୟତା ଉପରେ ଆଲୋଚନା କରିଥିଲେ। ବିଜୁଳି ଆନ୍ଦୋଳନକୁ ଜିଲ୍ଲାର ପ୍ରତ୍ୟେକ ଲୋକଙ୍କ ଘରେ ଘରେ ପହଞ୍ଚlଇବା ପାଇଁ ଜିଲ୍ଲା ଆବାହକ ଶ୍ରୀ ନାୟକ ଆହ୍ବାନ ଦେଇଥିଲେ l
ଏଥି ନିମନ୍ତେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଦାନ କରାଯାଇଥିଲା l ଏହି ଅଭିଯାନର ସମୟ ଅବଧି ଦୁଇ ମାସ ସ୍ଥିରୀକୃତ ହୋଇଛି l ଉକ୍ତ ଦୁଇମାସ ମଧ୍ୟରେ ଆପ୍ ଜିଲ୍ଲାର ସମସ୍ତ କର୍ମକର୍ତ୍ତା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦାବି ଉଲ୍ଲେଖିତ ଥିବା ଦାବିପତ୍ରକୁ ନେଇ ଘରକୁ ଘର ଯିବେ ଏବଂ ଦସ୍ତଖତ ଅଭିଯାନ ସମ୍ପୂର୍ଣ୍ଣ କରିବା ପରେ, ଉକ୍ତ ସଂଗୃହିତ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଶ୍ରୀ ନାୟକ ସୂଚନା ଦେଇଥିଲେ l
ପ୍ରକାଶ ଥାଉକି ଆପ୍ ଶାସିତ ଦିଲ୍ଲୀ ରାଜ୍ୟ ଏକ ବିଦ୍ୟୁତ ଉତ୍ପାଦନକାରୀ ରାଜ୍ୟ ନହୋଇ ମଧ୍ୟ ଏହାର ବିଦ୍ୟୁତ ଉପଭୋକ୍ତା ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଥାନ୍ତି ଏବଂ ପଞ୍ଜାଵ ରେ ୩୦୦ ୟୁନିଟ ଦେୟମୁକ୍ତ ବିଜୁଳି ପ୍ରଦାନ କରିବା ପାଇଁ ଆପ୍ ପ୍ରତିଶ୍ରୁତିବଦ୍ଧ l ଏହି ଦାବିକୁ ନେଇ ଗତ ବର୍ଷ ଆପ୍ ଓଡିଶା ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର ୭ ଏପ୍ରିଲ ରୁ ୧୦ ଦିନ ପର୍ଯ୍ୟନ୍ତ ଆମରଣ ଅନଶନ କରିଥିଲେ l ଏହାକୁ ବିଜେପି ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ପ୍ରମୁଖ ରାଜନୈତିକ ବିରୋଧୀ ଦଳ ସମର୍ଥନ କରିଥିଲେ ।

 

ମାତ୍ର କରୋନାର ଭୟାବହତା ଏବଂ ଆପ୍ ମୁଖ୍ୟ ଶ୍ରୀ ଅରବିନ୍ଦ କେଜରିୱାଲଙ୍କ ଅନୁରୋଧ କ୍ରମେ ଏହାକୁ ସ୍ଥଗିତ ରଖାଯାଇଥିଲା l ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ବିଭିନ୍ନ ସଂସ୍ଥା ଏବଂ ସାମାଜିକ କର୍ମୀମାନେ ଅରବିନ୍ଦ କେଜରିୱାଲଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆସନ୍ତା ସପ୍ତାହକ ମଧ୍ୟରେ ଆପ୍ ରେ ଯୋଗଦାନ କରିବେ ବୋଲି ବ୍ଲକ ସଭାପତି ମାନେ ସୂଚନା ଦେଇଥିଲେ l
ଏହି କାର୍ଯ୍ୟକ୍ରମରେ  ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପଣ୍ଡା, ପର୍ଶୁରାମ ମହାଭୋଇ, ବିଷ୍ଣୁ ପ୍ରସାଦ ପଣ୍ଡା, ଜିତେନ୍ଦ୍ର ବେହେରା, ସନାତନ ନାଏକ, ରାଜକୁମାର ପ୍ରଧାନ, ଅଜୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ l

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.