Take a fresh look at your lifestyle.

ଭୁବନ ର ପ୍ରସିଦ୍ଧ ଶକ୍ତିପୀଠମା’ ହିଙ୍ଗୁଳା

ସୁଶାନ୍ତ କୁମାର ପୋଥାଳ

0 132

Get real time updates directly on you device, subscribe now.

ମନ୍ଦିରମାଳିନୀ ଦେବଭୂମୀ ଏଇ ଭାରତ । ହଜାର ହଜାର ବର୍ଷ ଧରି ଭାରତୀୟ ସନାତନ ସଂସ୍କୃତି ବିଶ୍ୱର ଜନମାନସ କୁ ଭାବ ଓ ରସଚେତନାରେ ଆକୃଷ୍ଟ କରି ଆସିଛି । ସେହିସୃଷ୍ଟିର ଆଦିଉସô ପ୍ରକୃତି ଓ ପୁରୁଷର ରହସ୍ୟମୟ ସୃଷ୍ଟି । ସେହି ପ୍ରକୃତିକୁ ଆଦିମାତା ରୂପରେ ଆରାଧନା କରିବାକୁ ଯାଇସହସ୍ର ଶକ୍ତିପୀଠ ଆଜି ଭାରତ ଭୂମିରେ ମୁଣ୍ଡଟେକିଛି । ପ୍ରତିଟି ଶକ୍ତିପୀଠ ନିଜର ଏତିହ୍ୟ ,ପରମ୍ପରା ଓ ଧର୍ମଧାରାର ଗୌରବ ରେ ଗରୀୟାନ । ତନ୍ମଧ୍ୟରୁ ଢେଙ୍କାନାଳ ଜିଲ୍ଲା ଭୁବନର ପବିତ୍ର ହିଙ୍ଗୁଳା ପୀଠ ଅନ୍ୟତମ ।

ମା’ ଙ୍କ ଆବିର୍ଭାବ ସଂପର୍କରେ ଲୋକମୁଖରୁ ଶୁଣାଯାଏ ଯେ,୧୯୫୯ ମସିହା ଚୈତ୍ରମାସରେ ଭୁବନ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ଅର୍ଦ୍ଧାଧିକ ଘର ଭସ୍ମ ହୋଇ ଯାଇଥିଲା । ପ୍ରକୃତିରୁପିଣୀ ଆଦ୍ୟାଶକ୍ତିମା’ ହିଙ୍ଗୁଳା ଅରୁପା ଅଜନ୍ମା ହେଲେ ମଧ୍ୟ ଆମ ପାଇଁ ଅଗ୍ନିରୂପେଣସଂସ୍ଥିତା । ପ୍ରଥମ କରିମା ନିଜ କୁଲେଲିହାନ ଅଗ୍ନିରୂପେ ଭୁବନର ଏ ସାହିରୁ ସେସାହିକୁବୁଲି ନିଜର ଆବିର୍ଭାବ ସମ୍ବନ୍ଧରେସୂଚନା ଦେଇଥିଲେ ବୋଲି ବିଶ୍ୱାସ କରି ଭୁବନ ବାସୀ ପୂଣ୍ୟତୋୟା ବ୍ରାହ୍ମଣୀନଦୀ କୂଳରେ ଏକ ବାଲିମେଳା ମହାଯଜ୍ଞ ର ଆୟୋଜନ କରିମାହିଙ୍ଗୁଳା ଦେବୀଙ୍କୁ ଆହ୍ୱାନ କରିଥିଲେ ।

 

ଯଜ୍ଞର ଅନ୍ତିମ ଦିବସ ମଧ୍ୟ ରାତ୍ରରେ ଯଜ୍ଞର କର୍ତାସ୍ୱର୍ଗତ ଧୃବଚରଣ ନାୟକଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ, ମୁଁ ତୁମଭକ୍ତି ଓ ସମର୍ପଣରେ ସନ୍ତୁଷ୍ଟ ହୋଇ ମୋର ମୁଖ୍ୟ ଧାମ ତାଳଚେରରୁ ବ୍ରାହ୍ମଣୀ ନଦୀରେ ଭାସିଆସି ଦୌଡେଶ୍ୱରମହାଦେବ ମନ୍ଦିର ନିକଟରେ ଅଟକିରହିଛି । ଏକଥା ବିଜୁଳି ବେଗରେ ଗାଁସାରା ପ୍ରଚାରିତ ହେବାପରେ ଦୌଡେଶ୍ୱର ମନ୍ଦିର ନିକଟକୁ ଶହଶହ ଲୋକଙ୍କସୁଅ ଛୁଟିଥିଲା । ପରବର୍ତି ସମୟରେ ହଜାର ହଜାର ନରନାରୀ ହରିବୋଲ ହୁଳହୁଳି ଧ୍ୱନୀ ଦେଇ ଶଙ୍ଖ ,ବାଜା,ବାଣ ଘଂଟ, ଘଂଟା ବଜାଇସଂକୀର୍ତନ କରିମାଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ଆଣିଗ୍ରାମ ପରିକ୍ରମାକରି ପୂଣ୍ୟତୋୟା ବ୍ରାହ୍ମଣୀ ନଦୀ କୂଳ ବାଲିମେଳା ଯଜ୍ଞସ୍ଥଳ ଆମ୍ରବନରେ ସ୍ଥାପନ କରିଥିଲେ ।

 

ମାହିଙ୍ଗୁଳା ଦେବୀ ଙ୍କ ସ୍ଥାପନାର ପାଂଚବର୍ଷ ପରେ ପୁନର୍ବାର ଏକ ସ୍ୱପ୍ନାଦେଶ ଫଳରେସ୍ୱର୍ଗତ ଭୁଲୁସାହୁଙ୍କ ନେତୃତ୍ୱରେ ମଉଡମଣି ମହାଲକ୍ଷ୍ମୀ ଯୁବକ ସଂଘ ଙ୍କ ଦ୍ୱାରା ମାଶାରଳା ଦେବୀ ପ୍ରତିଷ୍ଠା ହୋଇଛନ୍ତି । ୧୯୮୭ ମସିହା ଅପ୍ରେଲ ୬ ତାରିଖ ସମଗ୍ର ଭୁବନରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୬ ଜଣ ଲୋକଙ୍କ ଜୀବନ ହାନୀଘଟିବା ସହ ପ୍ରାୟକୋଟିଏରୁ ଉଦ୍ଧ୍ୱର୍ଟଙ୍କାର କ୍ଷୟକ୍ଷତି ହୋଇଥିଲା । ମା ଙ୍କ କୋପ ମନେକରି ଭୁବନବାସୀ ବିଦ୍ୱାନ ଓ ପଣ୍ଡିତମଣ୍ଡଳୀ ଙ୍କ ପରାମର୍ଶ ଅନୁଯାୟୀ ହିଙ୍ଗୁଳାପୀଠ ରେ ମାହିଙ୍ଗୁଳା, ମାଶାରଳା, ମାମଙ୍ଗଳାଙ୍କୁ ଏକତ୍ର ପୂଜାର୍ଚ୍ଚନା କରିବା ସହିତ ଦେବୀମିଳନ କରିଆସୁଛନ୍ତି ।

୧୯୫୯ ମସିହାରେ ପ୍ରତିଷ୍ଠା କରାଯାଇଥିବା ହିଙ୍ଗୁଳା ପୀଠର ୫୦ ତମ ବାର୍ଷିକ ଝାମୁଯାତ୍ରା, ମହାଯଜ୍ଞ ଅବ୍ୟବହିତ ପୂର୍ବରୁ ୨୦୦୮ ମସିହାରେ ପୂର୍ବ ପରିଚାଳନା କମିଟିକୁ ସଂପ୍ରସାରଣ କରାଯାଇ ନୂତନ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇ ଶଶୀଭୂଷଣ ପୃଷ୍ଟିଙ୍କୁ ସଭାପତି, କୁଞ୍ଜବିହାରୀ ଚିନରାଙ୍କୁ ସମ୍ପାଦକ ଓ ଦିଲ୍ଲୀପ କୁମାର ଦାସ ଙ୍କୁମୁଖ୍ୟଉପଦେଷ୍ଟା ଭାବେ ଚୟନ କରାଯାଇଥିଲା ।

ମାହିଙ୍ଗୁଳା ଦେବୀ ଙ୍କ ବାର୍ଷିକ ଆୟବ୍ୟୟକୁ ପ୍ରତିବର୍ଷ ଏକ କ୍ଷୁଦ୍ର ପତ୍ରିକା ମାଧ୍ୟମରେ ବାର୍ଷିକ ବିବରଣୀ ଲୋପାର୍ପଣ କରାଯାଇ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି । କମିଟି ର ନିଷ୍ପତି ଅନୁଯାୟୀ ୫୦ ଟଙ୍କା ତଦୁଦ୍ଧ୍ୱର୍ ଦାନ ଦେଉଥିବାବ୍ୟକ୍ତିଙ୍କ ନାମ ଉକ୍ତ ପୁସ୍ତକ ରେସ୍ଥାନ ପାଉଛି । ସ୍ୱର୍ଣ୍ଣଜୟନ୍ତୀ ପରେ ଏହି କମିଟିକୁ ଏକ ଟ୍ରଷ୍ଟରେ ପରିଣତ କରାଯାଇଥିଲା ।

 

୨୦୧୪ ମସିହା ଚୈତ୍ରପୂର୍ଣ୍ଣିମା ତିଥିରେ ମାହିଙ୍ଗୁଳାଦେବୀ ଓ ମା ଶାରଳାଦେବୀ ଙ୍କ ପ୍ରତିମା ଓ ନୂତନ ମନ୍ଦିର ପ୍ରତିଷ୍ଠାଉସôବ ମହାସମାରୋହରେ ପାଳିତ ହେବା ସହ ମାହିଙ୍ଗୁଳା ଦେବୀ ଚାରିଟେବୁଲଟ୍ରଷ୍ଟ ରେ.ନଂ-୧୦୫୪୧୪୦୦୫୭୨ ତା୨୬.୦୩.୨୦୧୪ ଗଠିତ ହୋଇଥିଲା ।
ମାହିଙ୍ଗୁଳା ଦେବୀଙ୍କ ପୀଠ ର ବର୍ତମାନ ସ୍ଥିତି- ଭୁବନ ଏନଏସି ଅନ୍ତର୍ଗତ ୧୩ ନମ୍ବର ଓା୍ୱର୍ଡର ପୂଣ୍ୟତୋୟା ବ୍ରାହ୍ମଣୀ ନଦୀକୂଳ ରେ ମା ଙ୍କ ନିଜସ୍ୱ ୨ ଏକର ଆମ୍ରବନରେ ହିଙ୍ଗୁଳାଦେବୀ ଙ୍କ ମନ୍ଦିର ପରିସରରେ ମାଶାରଳା, ମାବିମଳାମନ୍ଦିର, ଯଜ୍ଞମଣ୍ଡପ, ଆନନ୍ଦବଜାର, ୪ ବଖରା ଭକ୍ତଙ୍କ ବିଶ୍ରାମଗୃହ, ହିଙ୍ଗୁଳାଦେବୀ ଙ୍କ ପୁଷ୍କରିଣୀ, ଉଦ୍ୟାନ, କଳ୍ପବଟ ଥିବା ବେଳେ ଆଗାମୀ ଭବିଷ୍ୟତ ରେ ହିଙ୍ଗୁଳା ପୀଠରୁ ବାବାବୁଦେ୍ଧଶ୍ୱରମନ୍ଦିରକୁ ସଂଯୋଗିକରଣ ରାସ୍ତା ନିର୍ମାଣ, ପର୍ଯ୍ୟାପ୍ତ ଉଜ୍ଜ୍ୱଳ ଆଲୋକବ୍ୟବସ୍ଥା ,ପାନୀୟଜଳର ସୁବ୍ୟବସ୍ଥା, ବିବାହମଣ୍ଡପ, ଭୋଗମଣ୍ଡପ, ମନ୍ଦିର ପରିସର କଂକ୍ରିଟକରଣ, ହରିହରପୁର ଉପ୍ରା ବିଦ୍ୟାଳୟ ଠାରୁ ମନ୍ଦିର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତାନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

 

  ବାର୍ଷିକ ମହାଯଜ୍ଞ ଓ ହିଙ୍ଗୁଳା ସମ୍ମାନ – ପ୍ରତିବର୍ଷ ଚୈତ୍ର ପୂର୍ଣ୍ଣମି ପୂର୍ବଦିନ ଠାରୁ ପାଂଚଦିନ ବ୍ୟାପି ମା ଙ୍କ ପୀଠରେମାତୃପୂଜା, ବିଶ୍ୱଶାନ୍ତିମହାଯଜ୍ଞ, ଝାମୁଯାତ୍ରା ସହିତସ୍ଥାନୀୟ କଳାକାର ମାନଙ୍କୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାମାଜିକ ନାଟକ ମଂଚସ୍ଥ ହେଉଅଛି । ୨୦୧୧ ମସିହାଠାରୁ କଳା, ବିଜ୍ଞାନ,  ସାହିତ୍ୟ,ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟବ୍ୟକ୍ତି ମାନଙ୍କୁ ହିଙ୍ଗୁଳା ସମ୍ମାନ ପ୍ରଦାନ କରାଯାଉଅଛି ।
ପରିଚାଳନା କମିଟି ସଦସ୍ୟ ଙ୍କ ମୁହଁରୁ
ହୋମ, ଯଜ୍ଞ ବ୍ୟତିତ ଆଉସବୁ ବନ୍ଦ
ଚଳିତ ବର୍ଷମାହିଙ୍ଗୁଳା ଙ୍କ ୬୪ ତମ ବାର୍ଷିକ ପୂଜା ଅନଷ୍ଠିତ ହେବ । ଗତ ବର୍ଷ ସରକାରଙ୍କ କୋଭିଡ କଟକଣା ଯୋଗୁ ସ୍ୱଳ୍ପ ସଂଖ୍ୟକ ଭକ୍ତଙ୍କ ଉପସ୍ଥିତିରେ କେବଳହୋମ,ଯଜ୍ଞ ଓ ପୂଜା ହୋଇଥିଲା ବେଳେ କୌଣସି ପ୍ରକାର ସାଂସସ୍କୃତିକ କାର୍ଯ୍ୟକ୍ରମ କରାଯାଇ ନଥିଲା । ଚଳିତବର୍ଷ ଅତ୍ୟନ୍ତ ଉସôାହଉଦ୍ଦିପନା ଶ୍ରଦ୍ଧାଭକ୍ତିର ସହକାରେ         ମା ଙ୍କ ପୂଜାର୍ଚ୍ଚନା କରାଯିବ । କସ ଶୋଭାଯାତ୍ରା ଓ ନଗରକୀର୍ତନରେ ପ୍ରାୟ ହଜାରରୁ ଉଦ୍ଧ୍ୱ ର୍ମହିଳାସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
                                                                                                                              ଦିଲ୍ଲୀପ ଦାସ-(ମୁଖ୍ୟଉପଦେଷ୍ଟା)
ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ
ଆସନ୍ତା ୧୫ ତାରିଖଶୁକ୍ରବାରଠାରୁ ୧୯ତାରିଖ ମଙ୍ଗଳବାର ୫ ଦିନ ବ୍ୟାପି ମା ହିଙ୍ଗୁଳା ଦେବୀଙ୍କ ବାର୍ଷିକ ଝାମୁଯାତ୍ରା, ମହାଯଜ୍ଞ ଅନୁଷ୍ଠିତ ହେବ । ବହୁ ସଂଖ୍ୟକ ଭକ୍ତ ଓ ପରିଚାଳନା କମିଟି ସଦସ୍ୟଙ୍କଉପସ୍ଥିତି ରେବୈଦିକ ରୀତିନୀତିି ମତେ ମାତୃପୂଜା, ଯଜ୍ଞ, ଆହୁତି, ଝାମୁଯାତ୍ରା ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ଆଡମ୍ବର ପୂର୍ଣ୍ଣସହକାରେ ପୂଜାହେବା ସହିତ ୧୯ ତାରିଖ ରାତ୍ରୀ ଜୟ ବଜରଙ୍ଗବାଲୀ ନାଟ୍ୟାନୁଷ୍ଠାନ ତରଫରୁ ସତ୍ୟବାଦୀ ସେନାପତି ଙ୍କ ବଳିଷ୍ଠ ନିଦେ୍ର୍ଦଶନାରେ ‘ ରାଜଧାନୀଝିଅ ରାଜନନ୍ଦିନୀ’ ନାଟକ ପରିବେଷନ କରାଯିବାକୁ ସ୍ଥିର ହୋଇଛି । ଦୀର୍ଘ ଦିନ ବ୍ୟବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବାରୁ ଏହା ମୁଖ୍ୟ ଆକର୍ଷଣ ହେବ ।                                                                                                                           ଧନେଶ୍ୱରସାହୁ (ବରିଷ୍ଠକାର୍ଯ୍ୟକର୍ତା)

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.