Take a fresh look at your lifestyle.

ଗୁରୁ ଦିବସ ପାଳିତ

0 2

Get real time updates directly on you device, subscribe now.

ଢେଙ୍କାନାଳ:  ୧ ନମ୍ବର ୱାର୍ଡରେ ଅବସ୍ଥିତ ଡଃ ଦାଶରଥି ମିଶ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇ ଥିଲା।

ଏଥିରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ପୌରୋହିତ୍ୟ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଚିତ୍ର ପଟରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ।ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା।

ସେମାନଙ୍କ ମଧ୍ୟରେ ସୂଚୀ ସ୍ମିତା ନାଥ ଦେବସ୍ମିତା ନାଥ ଅଭିଜିତ ପାତ୍ର ପ୍ରଭୃତି ଯୋଗଦେଇ ଗୁରୁ ଦିବସ ର ମହତ୍ତ୍ଵ ଉପରେ ଆଲୋଚନା କରିଥିଲେ। ଛାତ୍ର କୃଷ୍ଣ କୁମାର ବେହେରା ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୀବନ ଉପରେ ଭାଷଣ ଦେଇଥିଲେ।

ଶିକ୍ଷକ ଶ୍ରୀ ସୁଶୀଳ କୁମାର ସାହୁ, ଅଶୋକ କୁମାର ପ୍ରଧାନ, ଶିକ୍ଷୟିତ୍ରୀ ଶ୍ରୀମତୀ ସରଳା ସାହୁ ପ୍ରଭୃତି ଗୁରୁ ଦିବସ ର ତାତ୍ପର୍ଯ୍ୟ ଉପରେ ଆଲୋଚନା କରିଥିଲେ। ଶ୍ରୀମତୀ ସରଳା ସାହୁ ସ୍ବହସ୍ତ ଲିଖିତ କବିତା ମାଧ୍ୟମରେ ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଆମନ୍ତ୍ରିତ ଅତିଥି ଶ୍ରୀ ଘୋଷ ପିଲାମାନଙ୍କୁ ଗୁରୁ ଙ୍କୁ ମାନି ଚଳିଲେ ବଡ ମଣିଷ ହୋଇପାରିବ ବୋଲି କହିଥିଲେ।

ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅଞ୍ଜନା ମିଶ୍ର ଗୁରୁ ମୁଖୀ ହୋଇ ସତ୍ୟ ନିଷ୍ଠତା ଏକାଗ୍ରତା ବଳରେ ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରି ହେବ ବୋଲି ନିଜ ଅଭିଭାଷଣରେ ମନ୍ତବ୍ୟ ଦେଇଥିଲେ ଓ ଗୁରୁ ଙ୍କୁ ସମର୍ପିତ ସ୍ବହସ୍ତ ଲିଖିତ କବିତା ପାଠ କରିଥିଲେ।

ଶେଷରେ ଶିକ୍ଷୟିତ୍ରୀ ଶ୍ରୀମତୀ କବିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପିଲାମାନଙ୍କ ମଧ୍ୟରୁ କୃଷ୍ଣ କୁମାର ବେହେରା ଶିକ୍ଷକ ର ଭୂମିକା ଗ୍ରହଣ କରି ପାଠ ପଢାଇଥିଲେ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.