Take a fresh look at your lifestyle.

ମହୋତ୍ସବ କଳା ସଂସ୍କୃତି କୁ “ଉଜ୍ଜୀବିତ ରଖିବା ସହ ଭାଇଚାରା ସୃଷ୍ଟି କରିଥାଏ “

ଭୁବନ ବୁଦ୍ଧେଶ୍ଵର ମହୋତ୍ସବ

0 6

Get real time updates directly on you device, subscribe now.

ଭୁବନ : ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନ ର ବାବା ବୁଦ୍ଧେଶ୍ଵର ଙ୍କ ପବିତ୍ର ପୀଠ ରେ ପ୍ରଥମ ଥର ପାଇଁ ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଥିବା ଭୁବନ ବୁଦ୍ଧେଶ୍ଵର ମହୋତ୍ସବ ର ସୋମବାର ଦ୍ଵିତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।

ଭୁବନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ସନ୍ଧ୍ୟାରେ ଗ୍ରାମ୍ୟ ଉନ୍ନୟନ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବ କଳା ସଂସ୍କୃତି କୁ ଉଜ୍ଜୀବିତ ରଖିବା ସହ ଭାଇଚାରା ସୃଷ୍ଟି କରିଥାଏ ବୋଲି ମତ ବ୍ୟକ୍ତ କରିଥିଲେ।

ଭୁବନ ହେଉଛି କଳା ସାହିତ୍ୟ ସଂସ୍କୃତି ର ଗନ୍ତାଘର, ଆଉ ଏଇ ମାଟି ହେଉଛି ସଂଗ୍ରାମ ର ମାଟି, ବିଶ୍ଵର ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ ଙ୍କ ମାଟି, ଏ ମାଟି କୁ ଶତ ଶତ ପ୍ରଣାମ ଏବଂ ଅତିଥି ଭାବେ ଯୋଗଦେବା ମୋ ପାଇଁ ପରମ ସୌଭାଗ୍ୟ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ଘଡାଇ କହିଥିଲେ ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭୁବନ କୁ ରାଜ୍ୟର ଏକ ବିକଶିତ ସହର ଭାବେ ଗଢି ତୋଳିବା ବୋଲି ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ,ଢେ଼ଙ୍କାନାଳ ଜ୍ୟୋତି ଶଙ୍କର ସାହୁ ,ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,କାମାକ୍ଷା ନଗର ଏନ୍ ଏ ସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା,ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଏବଂ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ମହୋତ୍ସବ ଅଧ୍ୟକ୍ଷ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ଯୋଗଦେଇଥିଲେ ।

ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ମହୋତ୍ସବ ଉପଦେଷ୍ଟା ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଏହି ମହୋତ୍ସବ କୁ ଗତ କାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ ମଧ୍ୟ କରିଥିଲେ ।

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.