Take a fresh look at your lifestyle.

ଦଳଗତ ଉଦ୍ୟମରେ ହିଁ ଅନୁଷ୍ଠାନ ଆଗକୁ ବଢିବ

୫ମ କପିଳାସ ମହୋତ୍ସବ ଦ୍ୱିତୀୟ ଦିବସ

0 10

Get real time updates directly on you device, subscribe now.

ଢେଙ୍କାନାଳ ମାଇକ୍ରୋମିଡିଆ ସାଂସ୍କୃତିକ ଅନୁଷ୍ଠାନର ୨୧ତମ ବାର୍ଷିକ ଉତ୍ସବ ଅବସରରେ ୫ମ କପିଳାସ ମହୋତ୍ସବର ଦ୍ୱିତୀୟ ଦିବସ ରବିବାର ସନ୍ଧ୍ୟାରେ ସ୍ଥାନିୟ ଗୋପବନ୍ଧୁ ଟାଉନହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍ପି ମହେଶ ସାହୁ କହିଲେ ଯେ, ଯେଉଁ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ନିରନ୍ତର ଭାବେ କାର୍ଯ୍ୟ କରିଚାଲିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କର କାର୍ଯ୍ୟକ୍ରମକୁ ସମୀକ୍ଷା କରି ନିରବଚ୍ଛିନ୍ନ ଭାବେ ଅନୁଦାନ ପ୍ରଦାନ କଲେ ଅନୁଷ୍ଠାନ ଗୁଡିକ ପ୍ରୋତ୍ସାହିତ ହୋଇପାରିବେ । ଦ୍ରୁଢ ମାନସିକତା, ଦଳଗତ ଉଦ୍ୟମ ରହିଲେ ହିଁ ଅନୁଷ୍ଠାନ ଆଗକୁ ବଢିବ ବୋଲି ଏମ୍ପି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ଜିଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ପିଲାମାନଙ୍କୁ ଆଦର୍ଶ ସନ୍ତାନ ଭାବେ ଗଢି ତୋଳିବା ପାଇଁ ଅଭିଭାବକ ଓ ଗୁରୁ ମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଉପାଧ୍ୟକ୍ଷ ପ୍ରକାଶଚନ୍ଦ୍ର କୁଅଁର, ନଟରାଜ ସଙ୍ଗୀତ ଏକାଡେମୀର ସଭାପତି କୃଷ୍ଣ କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ଦିପ୍ତିଶ ପ୍ରସାଦ ପଟ୍ଟନାୟକ, ଯୁବ ଆଇନଜୀବୀ ଦେବାଶିଷ ମିଶ୍ର ପ୍ରମୁଖ ଯୋଗଦେଇ ୨୧ବର୍ଷ ଧରି ମାଇକ୍ରୋମିଡିଆ ଅନୁଷ୍ଠାନର ପ୍ରତିଭା ଚୟନ ଯାତ୍ରା ଅବ୍ୟାହତ ରହିଥିବାରୁ ଅନୁଷ୍ଠାନର କର୍ମକର୍ତା ଓ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଅନୁଷ୍ଠାନର ନିଦେ୍ର୍ଦଶକ ଅଥୟ କୁମାର ସାହୁ ଉତ୍ସବରେ ସଭାପତିତ୍ୱ କରିଥିଲେ । ସମ୍ପାଦକ ସୌମ୍ୟବ୍ରତ ସାହୁ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ସ୍ମରଣିକା ସ୍ମୃତି ଉନ୍ମୋଚିତ ହୋଇଥିଲା ।

ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟରେ ଉଲ୍ଲେଖିନିୟ ସେବା ପ୍ରଦାନ କରିଥିବା ଢେଙ୍କାନାଳ ଜିଲା ଅଗ୍ନିଶମ ସେବା ଅଧିକାରୀ ପ୍ରଶାନ୍ତ କୁମାର ଧଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ସେହିପରି ଶିକ୍ଷାବିତ ଡ. ବିଧାନଚନ୍ଦ୍ର ମିଶ୍ର ସ୍ମୃତି ସମ୍ମାନରେ ପ୍ରଫେସର ତାରା ପ୍ରସନ୍ନ ଶତପଥୀ, ଦକ୍ଷ ସଂଗଠକ ଭାବେ ଜିଲା ସାମ୍ବାଦିକ ସଂଘ ସମ୍ପାଦକ ସତ୍ୟ ସ୍ୱରୁପ ଦାସ, ବରିଷ୍ଠ ଖବରଦାତା ବିମଳ କୁମାର ଥମ୍ବ, ସାମାଜସେବୀ ରବିନ୍ଦ୍ର ପ୍ରସାଦ ପଟ୍ଟନାୟକ, ଗୋବିନ୍ଦପୁର ହରପାର୍ବତୀ ଦଣ୍ଡନୃତ୍ୟର ପ୍ରମୁଖ କର୍ମକର୍ତା ସନ୍ତୋଷ କୁମାର ସ୍ୱାଇଁ, କଣ୍ଠଶିଳ୍ପୀ ସମାହିକ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଉତ୍ସବର ମଂଚକୁ ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଡ. ବିଧାନଚନ୍ଦ୍ର ମିଶ୍ରଙ୍କ ନାମରେ ଉତ୍ସର୍ଗ କରାଯାଇଥିଲା ।

ସେହିପରି ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଅରବିନ୍ଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ସୁଶାନ୍ତ କୁମାର ପାଣୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । କଳାକାରମାନେ ମହିଳା ସଶକ୍ତିକରଣ ଉପରେ ପ୍ରଦର୍ଶିତ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଚିତାକର୍ଷକ ହୋଇଥିଲା

- Advertisement -

Get real time updates directly on you device, subscribe now.

Leave A Reply

Your email address will not be published.